କନକ ବ୍ୟୁରୋ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ବିପୁଳ ସଫଳତା ମିଳିଛି । ଘୋଷିତ ୮୪୫ ଜୋନରୁ ବିଜେଡି ୭୫୯ଟିରେ ବିଜୟୀ ହୋଇଛି । ୪୨ଟି ଜୋନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ୩୭ଟି ଜୋନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେହିପରି ୩ଟିରେ ସ୍ୱାଧୀନ ଓ ୪ଟିରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

Advertisment

ତିନି ଦିନର ଗଣତି ସୁଦ୍ଧା ବିଜେଡି ସବୁ ଜିଲ୍ଲାରେ ଜିଲ୍ଲା ପରିଷଦ ସଭାପତି ପଦବୀ ହାତେଇବା ସ୍ଥିତିରେ ଥିବା ବେଳେ ବିଜେପି ଓ କଂଗେସ ଟକ୍କର ଦେବା ପାଇଁ ରେସରୁ ଆଉଟ ହୋଇଯାଇଛନ୍ତି । ୨୦୧୨ରେ ୬୫୧ଟି ଜିଲ୍ଲା ପରିଷଦ ଆସନ ଜିତି ବିଜେଡି ରେକର୍ଡ କରିଥିଲା । ବିଜେପି ୨୦୧୭ରେ କଡା ଟକ୍କର ଦେଇଥିଲା । ଫଳରେ ବିଜେଡି ୪୭୬କୁ ଖସି ଆସିଥିବା ବେଳେ କଂଗ୍ରେସ ୬୦ରେ ସୀମିତ ଥିଲା । ବିଜେପି ୨୯୭ଟି ସିଟ୍ ହାତେଇଥିଲା । ହେଲେ ଚଳିତଥର ବିଜେପି ପୂର୍ବ ରେକର୍ଡ ଦୋହରାଇବ ବୋଲି ଆକଳନ କରିଥିଲା ଯାହା ସ୍ୱପ୍ନରେ ରହିଯାଇଛି ।