କନକ ବ୍ୟୁରୋ : ଆଜି ‘ଆମ ଓଡିଶା, ନବୀନ ଓଡିଶା’ ଯୋଜନାର ବିଜ୍ଞାପନ ଦେଇଛନ୍ତି ରାଜ୍ୟ ସରକାର । ହେଲେ ଏହି ଯୋଜନାରେ ଶାସକ ଦଳ ବିଜେଡିର ଦଳୀୟ ଚିହ୍ନ ଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଶଙ୍ଖ ବିଜେଡିର ଦଳୀୟ ଚିହ୍ନ ହୋଇଥିବାରୁ ସରକାରୀ ଯୋଜନାରେ ରହିବା ଠିକ୍ ନୁହେଁ ବୋଲି ବିଜେପି କହିଛି । ଆଗକୁ ନିର୍ବାଚନ ଥିବା ବେଳେ ଏଭଳି ବିଜ୍ଞାପନ ଭୋଟ୍ ବ୍ୟାଙ୍କ ରାଜନୀତି ବୋଲି ବିରୋଧୀ କହିଛନ୍ତି ।

Advertisment

ଏହି ପ୍ରସଙ୍ଗକୁ ବିଜେପି ଅଦାଲତକୁ ନେବ ବୋଲି କହିଛି । ଅନ୍ୟପଟେ ଶାସକ ଦଳର ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ କହିଛନ୍ତି, ଶଙ୍ଖ ପବିତ୍ରତାର ପ୍ରତୀକ । ଶଙ୍ଖ ଚିହ୍ନକୁ ବ୍ରାଣ୍ଡିଂ କରାଯାଉନି । ବିରୋଧୀ ଲୋକଙ୍କ ପାଖକୁ ଯାଇ ପାରୁନାହାନ୍ତି ବୋଲି ଅଦାଲତକୁ ଯିବେ ବୋଲି କହି କଟାକ୍ଷ କରିଛନ୍ତି ମନ୍ତ୍ରୀ । ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଜନ ଔଷଧି ଯୋଜନା ବିଜେପି ନାରେ ନାମିତ ହୋଇଛି ବୋଲି ବିଜେଡି କହିଛି ।