ନବୀନଙ୍କ ପାଇଁ ନୂଆ ସଂକଟ, ଦଳରେ ଦେଖାଦେଇଛି ଜେନେରେସନ୍ ଯୁଦ୍ଧ

Advertisment
ନବୀନଙ୍କ ପାଇଁ ନୂଆ ସଂକଟ, ଦଳରେ ଦେଖାଦେଇଛି  ଜେନେରେସନ୍ ଯୁଦ୍ଧ

ରାଜ୍ୟ ରାଜନୀତି ଏବେ ସରଗରମ୍ ସବୁଠାରୁ ଚର୍ଚିତ ଖବର ପାଇଁ ।  ନବୀନଙ୍କ ପାଇଁ ନୂଆ ସଂକଟ , ବିଜେଡି ରାଜନୀତିରେ ଯାହା କେବେ ଘଟିନଥିଲା, ଏବେ ତାହା ଖୋଲାଖୋଲି ଦେଖିବାକୁ ମିଳୁଛି । ବରିଷ୍ଠ ବନାମ କନିଷ୍ଠ ଯୁଦ୍ଧ । ବିଜେଡିର ଜେନେରେସନ୍ ୱାର୍ । ବିଜେଡି ଭଳି ଶୃଙ୍ଖଳିତ ଦଳ ଭିତରେ ଚାଲିଛି କଣ ? ନବୀନଙ୍କ ଅଗଚୋରରେ ଗୋଷ୍ଠୀ କନ୍ଦଳ ଦାନା ବାନ୍ଧୁଛି କି? ଏଇ କିଛିଦିନ ଭିତରେ ଦଳର କିଛି ବରିଷ୍ଠ ନେତାଙ୍କ ବୟାନ ଏହି ଚର୍ଚ୍ଚାକୁ ଆହୁରି ତାଜା କରିଛି । ସଫା ସଫା ଦେଖାଯାଉଚି ୟଙ୍ଗ ବ୍ରିଗେଡ୍ଙ୍କ ବିରୋଧରେ ବରିଷ୍ଠ  ନେତାଙ୍କ ବିଦ୍ରୋହର ଚିତ୍ର ।  ପ୍ରଶ୍ନ ଉଠୁଛି ହଠାତ୍ ଦଳ ଭିତରେ ଏଭଳି ଏକ ସମସ୍ୟା ଆଗକୁ କେମିତି ଆସିଲା । ବରିଷ୍ଠ ନେତାମାନେ କାହିଁକି ବିଦ୍ରୋହ ଆଡକୁ ଓହ୍ଲାଇ ଆସିଲେଣି । ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେଡିର ନମ୍ବର-ଟୁ ସ୍ଥାନରେ ଦାୟିତ୍ୱ ତୁଲାଇଥିବା ବରିଷ୍ଠନେତା ପ୍ରସନ୍ନ ଆଚାର୍ଯ୍ୟ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ସେତେ ସାଧାରଣ ନୁହଁ, ପ୍ରସନ୍ନ ପରୋକ୍ଷରେ ନବୀନଙ୍କୁ ସାବଧାନ କରାଇଦେଇଛନ୍ତି ଯେ, ତାଂକୁ ବି ସ୍ୱର୍ଗତ ବିଜୁବାବୁଙ୍କ ଶେଷ ସମୟର ସମସ୍ୟା ଭଳି ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe