କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ ଆଣିଲା ବିଜେଡି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି । ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଝାରସୁଗୁଡ଼ା ଗସ୍ତ ପାଇଁ ଯେଉଁ ପୋଷ୍ଟର ପ୍ରସ୍ତୁତ କରିଛନ୍ତି ସେଥିରେ ଜି-୨୦ ଲୋଗ ଓ ଆଜାଦି କା ଅମୃତ ମହୋତ୍ସବ ଲୋଗ ରହିଥିବା ଅଭିଯୋଗ କରିଛି ଦଳ । ଯାହାକି ନିର୍ବାଚନ ଆଚରଣ ବିଧି ଉଲଂଘନ କରୁଛି ବୋଲି ଦଳ ଅଭିଯୋଗ କରିଛି ।

Advertisment

ବିଜେଡି କହିଛି, ଝାରସୁଗୁଡାରେ କ୍ରମାଗତ ଭାବରେ ବିଜେପି ଆଚରଣ ବିଧିର ଉଲଂଘନ କରୁଛି । ରାତି ଅଧରେ ପ୍ରଚାର କରୁଛନ୍ତି, ଲୋକଙ୍କୁ ଭୟଭିତ କରୁଛନ୍ତି । କେବଳ ଏତିକି ନୁହେଁ ଲୋକଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭିତ ମଧ୍ୟ କରୁଛନ୍ତି । ଆଚରଣ ବିଧି ଉଲଂଘନ କରିବା ବିଜେପିର ଅଭ୍ୟାସରେ ପରିଣତ ହୋଇଗଲାଣି । ବିଜେପୁର ଓ ପଦ୍ମପୁରରେ ବି ଏହିଭଳି ଭାବେ ଆଚରଣ ବିଧିର ଉଲଂଘନ କରିଥିଲେ । କିନ୍ତୁ ଏବେ ଯେଉଁ ଘଟଣା ଘଟିଛି ତାହା ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଛନ୍ତି । ଆଉ ଧର୍ମେନ୍ଦ୍ର ପ୍ରଧାନଙ୍କଠୁ ଆମେ କେବେ ଏପରି ଆଶା କରିନଥିଲୁ ।

ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଟ୍ୱିଟର ପେଜରେ ଯେଉଁ ପୋଷ୍ଟର ରି-ଟ୍ୱିଟ୍ କରିଛନ୍ତି ସେଥିରେ ଜି-୨୦ ସମ୍ମିଳନୀର ଲୋଗ ରହିଛି । ସେ ନିଶ୍ଚିତ ଜାଣିଥିବେ ଏପରି ଲୋଗ ରଖି ପୋଷ୍ଟର ତିଆରି କରିବା କଥା ନୁହେଁ । ତଥାବି ସେ ଏପରି କରିଛନ୍ତି । ଯାହା ସିଧାସଳଖ ଭାବେ ଆଚରଣ ବିଧିର ଉଲଂଘନ କରୁଛି । ଏପରି କରି ନିର୍ବାଚନ ସମୟରେ ଲୋକଙ୍କୁ ପ୍ରଭାବିତ କରିବାରୁ ଚେଷ୍ଟା କରାଯାଉଛି । ଏହି ଘଟଣାକୁ ସଂଗିନ ଅପରାଧ ବୋଲି କୁହାଯାଇପାରିବ । ନିଜେ ଶିକ୍ଷାମନ୍ତ୍ରୀ ହୋଇ ଏପରି କରିବା ତାଙ୍କୁ ସୋଭା ପାଉନି ।