ଆରମ୍ଭ ହେଲା ବିଜେଡିର ପରିବାର ସମ୍ପର୍କ ଅଭିଯାନ: ଘରେ ଘରେ ଶଙ୍ଖ ଷ୍ଟିକର ମାରିଲେ ବିଜେଡି ନେତା

194

କନକ ବ୍ୟୁରୋ: ନିର୍ବାଚନ ପାଖେଇ ଆସୁଛନ୍ତି । ଆଉ ଭୋଟରଙ୍କ ପାଖରେ ପଂହଚିବା ପାଇଁ କସରତ ଆରମ୍ଭ କରିଛନ୍ତି ରାଜନୈତିକ ଦଳ । ବିଜେଡି ଆଜିଠାରୁ ରାଜ୍ୟରେ ଆରମ୍ଭ କରିଛି ପରିବାର ସମ୍ପର୍କ ଯାତ୍ରା । ନେତା ଓ କର୍ମୀ ଘରକୁ ଘର ବୁଲିଛନ୍ତି ଓ ଶଙ୍ଖ ଷ୍ଟିକର ମାରିଛନ୍ତି ।

ପାଖେଇ ଆସୁଛି ନିର୍ବାଚନ । ଆଉ ଭୋଟର ମୁହାଁ ହେଉଛି ରାଜନୈତିକ ଦଳ । ଉତର ନିର୍ବାଚନମଣ୍ଡଳୀରେ ଏଥିପାଇଁ ପରିବାର ସମ୍ପର୍କ ଅଭିଯାନ ଆରମ୍ଭ କରିଛି ବିଜେଡି । ଦଳର ନେତ୍ରୀ ଶ୍ରୀମୟୀ ମିଶ୍ର ଓ ବିଧାୟକ ସୁଶାନ୍ତ ରାଉତ କର୍ମୀଙ୍କ ସହ ପଦଯାତ୍ରା କରିଛନ୍ତି । ଘରକୁ ଘର ବୁଲୁଛନ୍ତି ନେତା ଓ କର୍ମୀ । ପରିବାର ସହ ନେତା ଓ କର୍ମକତା ସମ୍ପର୍କ ଯୋଡ଼ିବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମ କରାଯାଉଛି । ରାଜ୍ୟ ସରକାରଙ୍କ ସଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ସେମାନଙ୍କ ଭଲମନ୍ଦ ବୁଝି ସହଯୋଗ କରିବେ ।

ପରିବାର ସମ୍ପର୍କ ଅଭିଯାନରେ ଘରେ ଘରେ ଷ୍ଟିକର ମାରିଛନ୍ତି ବିଜେଡି ନେତା ଓ କର୍ମୀ । ନିର୍ବାଚନ ପାଖେଇ ଆସୁଥିବାବେଳେ ଶାସକ ଦଳର ପରିବାର ସମ୍ପର୍କ ଅଭିଯାନକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପରିବାର ସମ୍ପର୍କ ଅଭିଯାନ ଚାଲିଛି । ମାର୍ଚ୍ଚ ୫ ତାରିଖ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଯାଏଁ ଚାଲିବ ଏହି ସମ୍ପର୍କ ଯାତ୍ରା ।