ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ଶଙ୍ଖ ଭବନରେ ଉପସ୍ଥିତ ଅଛନ୍ତି ଦଳର ଛାମୁଆ ନେତା । ପ୍ରତିଷ୍ଠା ଦିବସ ଓ ନିର୍ବାଚନ ପାଇଁ ନିଆଯାଇପାରେ ବଡ ନିଷ୍ପତ୍ତି

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ଶଙ୍ଖ ଭବନରେ ଉପସ୍ଥିତ ଅଛନ୍ତି ଦଳର ଛାମୁଆ ନେତା । ପ୍ରତିଷ୍ଠା ଦିବସ ଓ ନିର୍ବାଚନ ପାଇଁ ନିଆଯାଇପାରେ ବଡ ନିଷ୍ପତ୍ତି

କନକ ବ୍ୟୁରୋ : ଶଙ୍ଖ ଭବନରେ ଆରମ୍ଭ ହେଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଦଳର ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟଙ୍କ ସମେତ ସାଙ୍ଗଠନିକ ସଭାପତି ଏବଂ ନିମନ୍ତ୍ରିତ ଅତିଥି ଯୋଗ ଦେଇଛନ୍ତି । ବୈଠକରେ ସାମାଜିକ, ରାଜନୈତିକ ଓ ସାଙ୍ଗଠନିକ ପ୍ରସ୍ତାବ ପାରିତ ହେବ ।

ଯେହେତୁ ମୁଣ୍ଡ ଉପରେ ୨୦୨୪ ନିର୍ବାଚନ ରହିଛି ତେଣୁ କେଉଁ ରଣନୀତି ନେଇ ଲୋକମାନଙ୍କ ପାଖକୁ ଦଳ ଯିବ ତାର ଖସଡ଼ା ପ୍ରସ୍ତୁତ କରିବ ଦଳ । ଷଷ୍ଠ ଥର ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ସଂକଳ୍ପ ନେବେ ସମସ୍ତ ନେତା ଓ କର୍ମୀ । ୨୦୨୦ ମସିହାରେ ଶେଷ ଥର ପାଇଁ ବସିଥିଲା ଦଳର କାର୍ଯ୍ୟକରିଣୀ ବୈଠକ । ସେହିପରି ଡିସେମ୍ବର ୨୬ରେ ବିଜୁ ଜନତା ଦଳ ୨୭ ବର୍ଷରେ ପଦାର୍ପଣ କରୁଥିବା ବେଳେ ଏହାକୁ ପ୍ରଭାବୀ ଢଙ୍ଗରେ ପାଳନ କରାଯିବା ନେଇ ବ୍ୟାପକ ପ୍ରସ୍ତୁତି କରିଛି ଦଳ ।

ଦଳର ପ୍ରତିଷ୍ଠା ଦିବସ ଅବସରରେ ଲୋକଙ୍କ ନିକଟତର ହେବାକୁ ଦଳୀୟ କର୍ମକର୍ତାଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଦିନରେ ଗଣଦୌଡ, ରକ୍ତଦାନ, ବୃକ୍ଷରୋପଣ ଭଳି ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳତା ମଧ୍ୟ ଉପସ୍ଥାପନ କରାଯିବ । ଶ୍ରୀ ଜଗନ୍ନାଥ ଚେତନା ମୂଳାଧାରରେ ପୂର୍ଣ୍ଣ ବିକଶିତ ଓଡ଼ିଶା ଗଠନ କରିବା ପାଇଁ ଶପଥ ନେବାକୁ ଦଳୀୟ କର୍ମକର୍ତାଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe