ବିଜୁ ଛାତ୍ର ଜନତା କାର୍ଯ୍ୟକାରିଣୀ ବୈଠକରେ ରାଜନୈତିକ ପ୍ରସ୍ତାବକୁ ନେଇ ଆଲୋଚନା: ଓଡିଶା ବିଶ୍ୱବିଦ୍ୟାଳୟ ସଂସୋଧନ ଆଇନ୍ ୨୦୨୦ ଏକ ଯୁଗାନ୍ତକାରୀ ପଦକ୍ଷେପ

ନବୀନଙ୍କ ନୀତି ଆଦର୍ଶ ଓଭିଜନକୁ ଲୋକ ପାଖରେ ପହଂଚାଇବା ମୁଖ୍ୟ ଉଦେଶ୍ୟ

101

କନକ ବ୍ୟୁରୋ : ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ବସିଛି । ବୈଠକରେ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି, ଜୋନ ସଭାପତି ଓ ରାଜ୍ୟ ଛାତ୍ର କାର୍ଯ୍ୟକାରିଣୀ ନେତୃମଣ୍ଡଳୀ ଉପସ୍ଥିତ ରହିଛନ୍ତି । ଏହି ସମାବେଶରେ ବିଭିନ୍ନ ରାଜନୈତିକ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ପ୍ରସ୍ତାବ ରଖାଯାଇଛି । ଓଡିଶା ବିଶ୍ୱ ବିଦ୍ୟାଳୟ ସଂଶୋଧନ ଆଇନ୍ ୨୦୨୦, ଏକ ଯୁଗାନ୍ତକାରୀ ପଦକ୍ଷେପ ।

ଏହା ବିଶ୍ୱ ବିଦ୍ୟାଳୟ ସ୍ତରରେ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସହ ଦୁର୍ନୀତି, ପ୍ରିୟାପ୍ରିତୀ ତୋଷଣ ଦୂରିକରଣ ତଥା ରାଜନୈତିକରଣକୁ ଦୂରେଇ ଉପଯୁକ୍ତ ଶୈକ୍ଷିକ ବାତାବରଣ ସୃଷ୍ଟି କରାଯାଇ ପାରିବ । ତେଣୁ ଏଭଳି ଆଇନ୍ ଆଣିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛି ବିଜୁ ଛାତ୍ର ଜନତା ଦଳ । ଏହାସହ ଏହି କାର୍ଯ୍ୟକାରୀଣୀ ବୈଠକରେ ବିଜୁ ଛାତ୍ର ଜନତା ଦଳର ଡାଟାବେସ୍ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ଆଗତ କରିଛନ୍ତି ବିଜୁ ଛାତ୍ର ଜନତା ଦଳ କଟକ ଜିଲ୍ଲାର ସାଧାରଣ ସଂପାଦକ ସନ୍ତୋଷ ମହାପାତ୍ର । ବୈଠକରେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଅଛନ୍ତି । ବିଜୁ ଛାତ୍ର ଜନତା ଦଳରେ ସାମିଲ ହୋଇଥିବା ସମସ୍ତ ସଦସ୍ୟ ନବୀନଙ୍କ ନୀତି, ଆଦର୍ଶ ଓ ଭିଜନକୁ ଲୋକଙ୍କ ପାଖରେ ପହଂଚାଇବାକୁ ପରାମର୍ଶ ଦେଇଛନ୍ତି ପ୍ରଣବ ପ୍ରକାଶ ଦାସ ।