ପଦ ଛାଡ଼ିଲେ ବସ୍ତାର ପୂର୍ବତନ ବିଧାୟକ ରଘୁନାଥ ମହାନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଦେଲେ ଇସ୍ତଫା, ଟିକେଟ୍ ପାଇବା ନେଇ ଚର୍ଚ୍ଚା ।

480

କନକ ବ୍ୟୁରୋ: ରାଜ୍ୟ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ରଘୁନାଥ ମହାନ୍ତିଙ୍କ ଇସ୍ତଫା । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ପତ୍ର ଦେଇଛନ୍ତି ରଘୁନାଥ । ତେବେ ବସ୍ତା ବିଧାନସଭା କ୍ଷେତ୍ରର ପୂର୍ବତନ ବିଧାୟକ ରଘୁନାଥ ମହାନ୍ତି । ଏହି ଆସନରୁ ୫ ଥର ବିଧାୟକ ହୋଇ ଶାସକ ବିଜେଡି ସରକାରଙ୍କ ମନ୍ତ୍ରୀମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ତୁଲାଇଛନ୍ତି ରଘୁ । ତେବେ ପଦବୀରୁ ଇସ୍ତଫା ଦେବାପରେ ଟିକେଟ୍ ପାଇବା ନେଇ ରଘୁନାଥ କହିଛନ୍ତି କି, ଦଳ ଉପରେ ନିର୍ଭର କରେ ଟିକେଟ୍ ବେ କି ନାହିଁ । ମୁଁ ବିଜେଡିରେ ଅଛି ।

ଅନ୍ୟପଟେ ଚଳିତଥର ରାଜ୍ୟ ରାଜନୀତିି ମୋଡ଼ ନେଉଥିବାବେଳେ ବିଜେଡି ସୁପ୍ରିମୋଙ୍କୁ ଅନେକ ବିଧାନସଭା କ୍ଷେତ୍ରରେ ପୁରୁଣା ମୁହଁକୁ ଲୋଡୁଥିବା ଦେଖିବାକୁ ମିଳିଛି । ତେଣୁ ବିରୋଧୀଙ୍କୁ ଶକ୍ତ ଝଟକା ଦେବା ପାଇଁ ହୁଏତ ରଘୁନାଥଙ୍କୁ ପୁଣି ଦଳ ବସ୍ତା ଆସନରୁ ପ୍ରାର୍ଥୀ କରିପାରେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି ।

ଆସନ୍ତା ଏପ୍ରିଲ ୨୯ ତାରିଖ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ହେବାକୁଥିବାବେଳେ ବସ୍ତା ଆସନକୁ ବିଜେଡି ସୁପ୍ରିମୋ ଝୁଲାଇ ରଖିଛନ୍ତି । ତେବେ କ’ଣ ପୁଣି ରଘୁନାଥଙ୍କ ଏଠାରୁ ଟିକେଟ୍ ମିଳିବା ପାଇଁ ପଦବୀରୁ ଇସ୍ତଫା ଦେଇଛନ୍ତି କି ରଘୁନାଥ ? ଏଭଳି କିଛି ପ୍ରଶ୍ନ ଏବେ ସାଧାରଣରେ ଉଙ୍କିମାରିବାରେ ଲାଗିଛି । ଅନ୍ୟପଟେ ବଳକାଥିବା ୩ ଲୋକସଭା ଏବଂ ୨୮ଟି ବିଧାସଭା ପ୍ରାର୍ଥୀ ତାଲିକା ଆଜି ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।