ଅଭୟକାନ୍ତ ଓ ପୁଅ ଆକାଶ ପାଠକଙ୍କ ସହ ଦୁର୍ନୀତିରେ ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପୃକ୍ତି ନେଇ ବଢ଼ୁଛି ସନ୍ଦେହ: ପାଠକ ସାମ୍ରାଜ୍ୟ ସହ ଲିଙ୍କ ନେଇ ହୋଇପାରେ ଖୋଳତାଡ଼

ବିଧାନସଭାରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି । ଦଳରୁ ବହିଷ୍କାର କଲା ବିଜେଡି

311

କନକ ବ୍ୟୁରୋ: ବିଜେଡ଼ିରୁ ବହିଷ୍କୃତ ହେବା ପରେ ସଫେଇ ରଖିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ ନିଦ୍ଦୋଶ ବୋଲି କହିଛନ୍ତି ପ୍ରଦୀପ । କିଛି ଦିନ ପୂର୍ବରୁ ଆକାଶଙ୍କ ସହ ପ୍ରଦୀପଙ୍କ ଝିଅର ବାହାଘର ହେବାର ଥିଲା । ଆଜି ସାମ୍ବାଦିକ ସମ୍ମିଳନୀରେ ହେବାକୁ ଥିବା ଜ୍ୱାଇଁକୁ କ୍ଲିନଚିଟ୍ ଦେଇ ଅତି ଭଦ୍ର ଲୋକ ବୋଲି କହିଛନ୍ତି । ଭିଜିଲାନ୍ସ ଓ ବାକି ସମସ୍ତେ ଭୁଲ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି ।

ବିଧାନସଭାର ଶୂନ୍ୟକାଳରେ ଉଠିଲା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରସଙ୍ଗ । ପ୍ରଦୀପ ପାଣିଗ୍ରାହୀ ଦୁର୍ନୀତିରେ ସଂପୃକ୍ତ । ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ସହ ବିଧାୟକଙ୍କ ସଂପୃକ୍ତି ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ । ଶାସକ ଦଳର ବହୁ ନେତା, ମନ୍ତ୍ରୀ ଜଡିତ ଅଛନ୍ତି । କିଛି ଅଣ ଓଡିଆ ଅଫିସର ରାଜ୍ୟକୁ ଲୁଟିଖାଉଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ପାଠକ ବାପ, ପୁଅଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା ।