ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅଙ୍କ ଦେହାନ୍ତ : ସଙ୍କଟାପନ୍ନ ଅବସ୍ଥାରେ ଅଶ୍ୱୀନ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା

2,566

କନକ ବ୍ୟୁରୋ : ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅ ସମ୍ବିତ ନନ୍ଦଙ୍କ ଦେହାନ୍ତ । କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଦେହାନ୍ତ ହୋଇଛି । ସୂଚନାନୁସାରେ, ଫୁସଫୁସ ସଂକ୍ରମଣର ଚିକିତ୍ସା ପାଇଁ ସମ୍ବିତଙ୍କୁ ଏପ୍ରିଲ ୨୮ ରେ କଟକ ସ୍ଥିତ ଅଶ୍ୱୀନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ସାମାଜିକ ଗଣମାଧ୍ୟମରେ ପୁଅର ସଂକଟାପନ୍ନ ଅବସ୍ଥା ନେଇ ସୂଚନା ଦେଇଥିଲେ ପୂର୍ବତନ ବିଧାୟକ ନବୀନ ନନ୍ଦ । ଏକ ଫେସବୁକ ପୋଷ୍ଟରେ ହସ୍ପିଟାଲ ବେଡରେ ଅତି ମୂମୁର୍ଷ ଅବସ୍ଥାରେ ଥିବା ପୁଅର ଫଟୋ ସହ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ କରିଥିଲେ ପୂର୍ବତନ ବିଧାୟକ । ଫୁସଫୁସରେ ସଂକ୍ରମଣ କାରଣରୁ ଏବଂ ଇସିଏମଓ ନଥିବାରୁ ତାଙ୍କ ପୁଅ ଆଉ ବଂଚିବେ ନାହିଁ ବୋଲି ସେ ଲେଖିଥିଲେ ।

କଟକ ଅଶ୍ୱୀନ ହସ୍ପିଟାଲରେ ତାଙ୍କ ପୁଅ କିଭଳି ସଂକଟାପନ୍ନ ରହିଛନ୍ତି ତାହା ଫେସବୁକ ପୋଷ୍ଟରୁ ଜଣାପଡୁଥିଲା । ତେବେ ସେ ଏହି ପୋଷ୍ଟ ଜରିଆରେ କଟକ ଏସସିବି ମେଡିକାଲ ସମେତ ଜିଲ୍ଲା ମୁଖ୍ୟ ହସ୍ପିଟାଲଗୁଡିକୁ ଏହି ଇସିଏମଓ ମେସିନ ଯୋଗାଇ ଦେବାପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ ।