କନକ ବ୍ୟୁରୋ: ଏବେ ରାଜ୍ୟରେ ଆଳୁ ଆମଦାନୀକୁ ନେଇ ଦୂରାବସ୍ଥା ଜାରି ଥିବାବେଳେ ଯୋଗାଣ ମନ୍ତ୍ରୀଙ୍କ ବିଭିନ୍ନ ସମୟରେ ବିଭିନ୍ନ ମନ୍ତବ୍ୟ ଜନତାଙ୍କୁ ଅତିଷ୍ଠ କରିଛି । ଆଳୁ ସମସ୍ୟାକୁ ସମାଧାନ କରିବାକୁ ଏ ସରକାର ସମର୍ଥ ନୁହଁ ବୋଲି ଟାର୍ଗେଟ କରି କହିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ।

Advertisment

ସେ କହିଛନ୍ତି, ‘ବଗତ କିଛି ଦିନ ଧରି ରାଜ୍ୟରେ ଆଳୁ ସମସ୍ୟା ଲାଗୁ ରହିଛି । ହେଲେ ମନ୍ତ୍ରୀ ସବୁବେଳେ କହୁଛନ୍ତି ଖୁବ୍ ଶୀଘ୍ର ସମସ୍ୟା ସମାଧାନ ହେବ ବୋଲି  । କେତେବେଳେ ଉତ୍ତରପ୍ରଦେଶରୁ ଆଳୁ ଆଣିବା କଥା କହୁଛନ୍ତି ତ କେତେବେଳେ ବିହାରରୁ ଆସିବା କଥା କହୁଛନ୍ତି ହେଲେ କେଉଁଠୁ ବି ଆଣିବାର ବ୍ୟବସ୍ଥା କରୁନାହାଁନ୍ତି । ବିଜେପି ସରକାରଙ୍କର ଲୋକଙ୍କ ସସମ୍ୟା ପ୍ରତି ଖାତିର ନାହିଁ’ ।

ଏ ସମସ୍ୟାର ସମାଧାନ ୧୫ ଦିନ ଭିତରେ ବି ହେବା ଭଳି ଲାଗୁନାହିଁ । ତେଣୁ ଏ ସମସ୍ୟାର ସମାଧାନ ପାଇଁ ସରକାର ଗମ୍ଭୀର ହେବା ଉଚିତ । ବ୍ୟବସାୟୀଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇ ଏସମା ଲାଗୁ କରି ବିଜାରକୁ ନିୟନ୍ତ୍ରଣ କରିବାକୁ ସରକାରଙ୍କୁ ଦାବି କରିଛି ବିଜେଡି ।