ରୋଷେଇ ଗ୍ୟାସ ଉପରେ ୪ଶହ ଟଙ୍କା ସବସିଡି ଦେବାକୁ ବିଜେଡ଼ିର ଦାବି । ସେପଟେ ଶାସକ ଦଳକୁ ଘେରିଲେ ବିଜେପି, କଂଗ୍ରେସ

192

କନକ ବ୍ୟୁରୋ: ରୋଷେଇ ଗ୍ୟାସରେ ସିଲିଣ୍ଡର ପିଛା ୪୦୦ ଟଙ୍କା ସବସିଡି ଦାବି କରିଛି ବିଜେଡ଼ି । କେନ୍ଦ୍ର ସରକାରଙ୍କୁ କଟାକ୍ଷ କରି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ଉଜ୍ଜଳା ଯୋଜନା ନାଁରେ ଯେଉଁ ଜୁମଲା ଦେଖାଦେଇଥିଲା ଏବେ ତା’ର ବାସ୍ତବ ସ୍ଥିତି ଜଣାପଡ଼ୁଛି । କାରଣ ପୁଣି ଥରେ ମହିଳା ମାନେ ଚୁଲି ମୁଣ୍ଡକୁ ଆସିଗଲେଣି । ତେଣୁ ଦରଦାମ ବୃଦ୍ଧିକୁ ନେଇ ବିଜେଡି ଆନ୍ଦୋଳନକୁ ଓହ୍ଳାଇବା ପାଇଁ ଘୋଷଣା କରିଛି ।

ଅନ୍ୟପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି କଂଗ୍ରେସ । ବିଜେଡି ପ୍ରତିବାଦ କରି ଆରଡିସି ଅଫିସ ଘେରାଉ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛି ଦଳ । କେନ୍ଦ୍ର ଦାମ ବଢାଇଲା ବେଳେ ନିରବ ବସିଥିଲେ ରାଜ୍ୟ ସରକାର । ଏବେ ମମିତା ହତ୍ୟା ମାମଲାରୁ ଦୃଷ୍ଟି ହଟାଇବାକୁ ବିଜେଡି ଛଳନା କରୁଛି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏଆଇସିସି ସମ୍ପାଦିକା ସସ୍ମିତା ବେହେରା ।
ଏପଟେ କାଳିଆ ଟଙ୍କାର ହିସାବ ମାଗିଛି ବିଜେପି । ପ୍ରାକୃତିକ ବିପର୍ଯ୍ୟୟ ବେଳେ କେନ୍ଦ୍ରରୁ ଯେଉଁ ଟଙ୍କା ଆସେ ତାର ହିସାବ ମାଗି ପାଲଟା ଆକ୍ରମଣ କରିଛି ବିଜେପି । ପେଟ୍ରୋଲ ଡ଼ିଜେଲ ଦର ସମାଧାନ ହେଲା, ଆଗକୁ ଗ୍ୟାସ ଦର ମଧ୍ୟ ସମାଧାନ ହୋଇପାରେ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ।