ଆଜି ଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ । ସର୍ବଦଳୀୟ ବୈଠକରେ ବିଧାନ ପରିଷଦ ବିଲ୍ ଆଣିବାକୁ ଦାବି କଲା ବିଜେଡି

153

କନକ ବ୍ୟୁରୋ : ଆଜି ଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ । ଓଡ଼ିଶାରେ ବିଧାନସଭା ପରିଷଦ ଗଠନ ସଂକ୍ରାନ୍ତ ବିଲ ଆଣିବା ପାଇଁ ସର୍ବଦଳୀୟ ବୈଠକରେ ବିଜୁ ଜନତା ଦଳ ଦାବି ଉପସ୍ଥାପନ କରିଛି । ସର୍ବଦଳୀୟ ବୈଠକରେ ବିଜେଡିର ଉଭୟ ଲୋକସଭା ଓ ରାଜ୍ୟସଭା ନେତା ପିନାକୀ ମିଶ୍ର ଓ ପ୍ରସନ୍ନ ଆଚାର୍ଯ୍ୟ ଯୋଗଦେଇଥିଲେ । ବିଜେଡି ଦାବି କରିଥିଲା ଯେ, ଓଡ଼ିଶାରେ ବିଧାନ ପରିଷଦ ଗଠନ ନେଇ ସଂବିଧାନ ସଂଶୋଧନ ବିଲ୍ ଅଣାଯିବା ଦରକାର ।

ବିଜେଡିର ଦାବିକୁ କେନ୍ଦ୍ର ସରକାର ଗୁରୁତ୍ୱର ସହ ନେଇଥିବା ସୂଚନା ମିଳିଛି । ରାଜ୍ୟରେ ବିଧାନ ପରିଷଦ ଗଠନ ସମ୍ପର୍କିତ ସଂକଳ୍ପ ଚଳିତବର୍ଷ ସେପ୍ଟେମ୍ବର ୬ରେ ଓଡ଼ିଶା ବିଧାନସଭାରେ ପାରିତ ହୋଇଥିଲା । ସମ୍ବିଧାନର ଅନୁଚ୍ଛେଦ ୧୬୯(କ)ର ବ୍ୟବସ୍ଥା ଅନୁସାରେ ସଂସଦର ଅନୁମୋଦନ ପାଇଁ କେନ୍ଦ୍ରକୁ ପଠାଯାଇଥିଲା । ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହେଲା ଏହା ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ଯିବ ।