କନକ ବ୍ୟୁରୋ : ଝାରସୁଗୁଡା ଉପ-ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଥିବା ବେଳେ ବିଜେପି ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ଦଳର ଏକ ଟିମ୍ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ସହ ହିଂସାତ୍ମକ ସ୍ଥିତି ସୃଷ୍ଟି ପାଇଁ ବିଜେପି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, ବିଜେପିର ଦୁଇଟି ଆୟୁଧ ଗୋଟେ ହେଲା ମିଛ ଏବଂ ଅନ୍ୟଟି ହେଲା ହିଂସା । ଝାରସୁଗୁଡାରେ ହାରିବା ସୁନିଶ୍ଚିତ ଜାଣିବା ପରେ ବିଜେପି ଯେଉଁ ହିଂସା କରିବାରେ ସିଦ୍ଧହସ୍ତ ତାହା ଆରମ୍ଭ କରିଛି । ପ୍ରଚାର ବେଳେ ବିଜେଡି କର୍ମୀଙ୍କୁ ଗୋଡାଇ ଗୋଡାଇ ମରଣାନ୍ତକ ଆକ୍ରମଣ କରିଛନ୍ତି ବିଜେପିର କର୍ମୀ ।
କେମିତି ସୁରୁଖୁରରେ ନିର୍ବାଚନ ହେବ ତାହା ଉପରେ ସବୁବେଳେ ନିର୍ବାଚନ କମିଶନ ଗୁରୁତ୍ୱ ଦେଇଥାନ୍ତି । ନିର୍ବାଚନରେ କିଭଳି ଗଣ୍ଡଗୋଳ ନହେବ ତାହା ଉପରେ ସତର୍କ ନଜର ରଖିଥାନ୍ତି । ସ୍ୱଚ୍ଛ ନିର୍ବାଚନ ପାଇଁ ସବୁ ଦଳ ନିର୍ବାଚନ କମିଶନଙ୍କ ନିକଟରେ ପ୍ରତିଶ୍ରୁତି ଦେଇ ଯାଇଛନ୍ତି । କିନ୍ତୁ ନିର୍ବାଚନ ହାରିବେ ବୋଲି ଜାଣିବା ପରେ ହିଂସାତ୍ମକ ପନ୍ଥା କାହିଁକି ବିଜେପି ଆପଣାଉଛି ବୋଲି ପ୍ରଶ୍ନ କରିଛି ବିଜେଡି । ବିଜେପୁର, ପଦ୍ମପୁରରେ ହାରିବା ଜାଣି ବିଜେପି ଯେମିତି ହିଂସା ଓ ଗଣ୍ଡଗୋଳ ଘଟାଇଥିଲା ଠିକ୍ ସେଭଳି ସ୍ଥିତି ଝାରସୁଗୁଡାରେ ଆରମ୍ଭ କରିଦେଇଛି । ତେବେ ଏନେଇ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପରେ ଦୋଷୀଙ୍କ ବିରୋଧରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିବା କହିଛନ୍ତି ଲେନିନ୍ । ସେହିଭଳି ଝାରସୁଗୁଡାରେ ବିଜେଡି ବିଜୟୀ ହେବ ଏବଂ ନବ ଦାସ ଯେତିକି ବ୍ୟବଧାନରେ ଜିତିଥିଲେ ତାହା ଠାରୁ ଅଧିକ ଭୋଟରେ ଝିଅ ଦୀପାଳି ଜିତିବେ ବୋଲି କହିଛନ୍ତି ଲେନିନ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/30-4.jpg)