ପିପିଲି ପାଇଁ ଆସିଲା ବିଜେଡିର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ଏଥର ବି ନାହିଁ ଅନୁଭବଙ୍କ ନାଁ, ନବୀନଙ୍କ ସମେତ ବରିଷ୍ଠ ଓ ଅନୁଭବୀ ନେତା ଧରିବେ ପ୍ରଚାରର ମଙ୍ଗ ।

ପିପିଲି ପାଇଁ ଆସିଲା ବିଜେଡିର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ଏଥର ବି ନାହିଁ ଅନୁଭବଙ୍କ ନାଁ, ନବୀନଙ୍କ ସମେତ ବରିଷ୍ଠ ଓ ଅନୁଭବୀ ନେତା ଧରିବେ ପ୍ରଚାରର ମଙ୍ଗ ।
କନକ ବ୍ୟୁରୋ : ପିପିଲି ଉପ-ନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି । ଆସନ୍ତା ୧୭ରେ ପିପିଲି ପାଇଁ ଭୋଟ ପଡିବାକୁ ଥିବା ବେଳେ  କମ୍ପୁଛି ପ୍ରଚାର ମୈଦାନ । ଆଉ ଏସବୁ ଭିତରେ ହାଇଭୋଲଟେଜ ପିପିଲି ଆସନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇବ ବିଜେଡି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଧରିବେ ପ୍ରଚାରର ମଙ୍ଗ ।
ବିଜେଡିର ଷ୍ଟାର ପ୍ରଚାରକଙ୍କ ତାଲିକାରେ ଅନେକ ବରିଷ୍ଠ ଓ ଅନୁଭବୀ ନେତାଙ୍କୁ ସ୍ଥାନ ଦିଆଯାଇଛି ।ତେବେ ଏଥର ବି ଷ୍ଟାର ପ୍ରଚାରକ ତାଲିକାରୁ ଅନୁଭବଙ୍କୁ ଆଉଟ କରାଯାଉଛି । ଗତ ସାଧାରଣ ନିର୍ବାଚନରେ ଷ୍ଟାର ପ୍ରଚାରକ ଭାବେ ଅନୁଭବଙ୍କର ଯଥେଷ୍ଟ କ୍ରେଜ ରହିଥିଲା ଦଳରେ । କିନ୍ତୁ ପାରିବାରିକ ବିବାଦରେ ଛନ୍ଦି ହେବା ପରଠାରୁ ଅନୁଭବଙ୍କୁ ଦଳ ସେତେଟା ଗୁରୁତ୍ୱ ଦେଉନାହିଁ । ଏପରିକି ବାଲେଶ୍ୱର ଓ ତିର୍ତ୍ତୋଲ ଉପ-ନିର୍ବାଚନରେ ମଧ୍ୟ ଅନୁଭବଙ୍କୁ ପ୍ରଚାର ମୈଦାନରୁ ଦୂରେଇ ରଖିଥିଲା ଦଳ । ଅନୁଭବଙ୍କୁ ପ୍ରଚାରରେ ସାମିଲ କରି କୌଣସି ରିସ୍କ ନେବାକୁ ଦଳ ଚାହୁଁନାହିଁ ବୋଲି ସଂକେତ ଦେଇଛି ।
ବିଜେଡି ପକ୍ଷରୁ ଘୋଷଣା ହୋଇଥିବା ଷ୍ଟାର ପ୍ରଚାରକ ତାଲିକାରେ ନବୀନଙ୍କ ସମେତ ଦୁଇ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ମହେଶ୍ୱର ମହାନ୍ତି, ପିନାକୀ ମିଶ୍ର, ପ୍ରତାପ ଦେବ, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ, ସୁଶାନ୍ତ ସିଂ, ନବ ଦାସ, ଟୁକୁନି ସାହୁ, ତୁଷାରକାନ୍ତି ବେହେରା, ବ୍ୟୋମକେଶ ରାୟ, ପ୍ରଣବ ବଳବନ୍ତରାୟ, ଆକାଶ ଦାସନାୟକଙ୍କ ଭଳି ନେତାଙ୍କୁ ସାମିଲ କରିଛି । ସେହିଭଳି ସିନେଚେହେରା ଭାବେ ବିଜେଡି ନେତା ଅରିନ୍ଦମଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିଛି ଦଳ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe