କନକ ବ୍ୟୁରୋ : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ବଳକା ଦୁଇଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । ବୀରମିତ୍ରପୁର ଓ ଫୁଲବାଣୀ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବୀରମିତ୍ରପୁରରୁ ମାଖଲୁ ଏକ୍କାଙ୍କୁ ଦଳ ଟିକେଟ ଦେଇଥିବା ବେଳେ ଫୁଲବାଣୀରୁ ଅଙ୍ଗଦ କହଁରଙ୍କୁ ମୈଦାନକୁ ଓହ୍ଲାଇବାକୁ ଘୋଷଣା କରିଛି ଦଳ ।
ଏହି ଦୁଇଟି ଆସନରେ ପ୍ରାର୍ଥୀ ବଦଳାଇଛି ବିଜେଡି । ୨୦୧୪ରେ ବୀରମିତ୍ରପୁରରୁ ବିଜେଡି ଟିକେଟରୁ ମଗଡାଲି କୋଙ୍ଗଡି ଓ ଫୁଲବାଣୀରୁ ଡୁଗୁନି କହଁର ନିର୍ବାଚନ ଲଢିଥିଲେ । ଏହି ଦୁଇ ଆସନରୁ ବୀରମିତ୍ରପୁରରେ ଦଳ ହାରିଥିବା ବେଳେ ଫୁଲବାଣୀରେ ଦଳ ବିଜୟ ବାନା ଉଡାଇଥିଲା । ୧୯୯୫ ପରଠାରୁ ବୀରମିତ୍ରପୁରରେ ଓଡିଶାର ୩ ପ୍ରମୁଖ ଦଳ ବିଜୟର ସ୍ୱାଦ ଚାଖିନଥିବା ବେଳେ ଜର୍ଜ ତୀର୍କି ଲଗାତାର ବିଜୟ ବାନା ଉଡାଇ ଆସୁଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/BJD_00000.png)