ବିଜେଡି ଘୋଷଣା କଲା ଜିଲ୍ଲା ସଭାପତିଙ୍କ ନାଁ । ମୟୂରଭଞ୍ଜରେ ରହିଲେ ୨ ସଭାପତି, ଜାଣନ୍ତୁ ଆପଣଙ୍କ ଜିଲ୍ଲାରେ କିଏ ସମ୍ଭାଳିବ ବିଜେଡି ମଙ୍ଗ?

ବିଜେଡି ଘୋଷଣା କଲା ଜିଲ୍ଲା ସଭାପତିଙ୍କ ନାଁ । ମୟୂରଭଞ୍ଜରେ ରହିଲେ ୨ ସଭାପତି, ଜାଣନ୍ତୁ ଆପଣଙ୍କ ଜିଲ୍ଲାରେ କିଏ ସମ୍ଭାଳିବ ବିଜେଡି ମଙ୍ଗ?

କନକ ବ୍ୟୁରୋ : ଘୋଷଣା ହେଲା ଜିଲ୍ଲା ସଭାପତିଙ୍କ ନାଁ । ବିଜେଡିର ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଦଳ ପକ୍ଷରୁ ଆଜି ଘୋଷଣା କରାଯାଇଛି । ମୋଟ ୩୩ ଜଣ ସଭାପତିଙ୍କ ନାଁରେ ମୋହର ବାଜିଛି । ଯେଉଁଥିରେ ୧୯ ଜଣ ନୂଆ ଜିଲ୍ଲା ସଭାପତି ଥିବା ବେଳେ ୧୪ ଜଣ ପୁରୁଣା ମୁହଁ ରହିଛନ୍ତି ।

ଅନୁଗୁଳରେ ମହେନ୍ଦ୍ର ବସ୍ତିଆ, ବାଲେଶ୍ୱରରେ ରବୀନ୍ଦ୍ର ଜେନା, ବରଗଡରେ ବିଜୟ ରଞ୍ଜନ ସିଂ ବରିହା, ଭଦ୍ରକରେ ଜଗନ୍ନାଥ ସ୍ୱାଇଁ, ଭୁବନେଶ୍ୱରରେ ଅନନ୍ତ ନାରାୟଣ ଜେନା, ବଲାଙ୍ଗୀରରେ ଟୁକୁନି ସାହୁ, ବୌଦ୍ଧରେ ମହିଧର ରଣା, କଟକରେ ଦେବାଶିଷ ସାମନ୍ତରାୟ, ଦେଓଗଡରେ ରୋମାଞ୍ଜ ରଞ୍ଜନ ବିଶ୍ୱାଳ, ଢେଙ୍କାନାଳରେ ପ୍ରଫୁଲ୍ଲ ମଲ୍ଲିକ, ଗଜପତିରେ ପ୍ରଦୀପ ନାୟକ, ଗଞ୍ଜାମରେ ରମେଶ ଚନ୍ଦ୍ର ଚ୍ୟାଊପଟ୍ଟନାୟକ, ଜଗତସିଂହପୁରରେ ପ୍ରଶାନ୍ତ ମୁଦୁଲି, ଯାଜପୁରରେ ସରୋଜ ମହାପାତ୍ର, ଝାରସୁଗୁଡାରେ କିଶୋର ମହାନ୍ତି, କଳାହାଣ୍ଡିରେ ପୁଷ୍ପେନ୍ଦ୍ର ସିଂହଦେଓ, କନ୍ଧମାଳରେ ସରୋଜ କୁମାର କର୍ଣ୍ଣ, କେନ୍ଦ୍ରାପଡାର ଜିଲ୍ଲା ସଭାପିତ ଭାବେ ଉତ୍କଳ କେଶରୀ ପରିଡାଙ୍କୁ ଦାୟିତ୍ୱ ଦେଇଛି ଦଳ ।

ସେହିଭଳି କେଉଁଝରର ସଭାପତି ଭାବେ ମାଧବ ସର୍ଦ୍ଦାର, ଖୋର୍ଦ୍ଧା ସଭାପତି ଭାବେ ବିଭୂତି ଭୂଷଣ ବଳବନ୍ତରାୟ, କୋରାପୁଟରେ ଇଶ୍ୱର ପାଣିଗ୍ରାହୀ, ମାଲକାନଗିରିରେ ପୂର୍ଣ୍ଣଚନ୍ଦ୍ର ବକା, ମୟୂରଭଞ୍ଜ ସଦରରେ ସୁଦାମ ମାରାଣ୍ଡି, ମୟୂରଭଞ୍ଜରେ କାଶୀନାଥ ହେମ୍ବ୍ରମ, ନବରଙ୍ଗପୁରରେ ରମେଶ ଚନ୍ଦ୍ର ମାଝୀ, ନୟାଗଡରେ ରମେଶ ବେହେରା, ନୂଆପଡାରେ ମନୋଜ ମିଶ୍ର, ପୁରୀରେ ମହେଶ୍ୱର ମହାନ୍ତି, ରାୟଗଡାରେ ସୁଧୀର ଦାଶ, ରାଉରକେଲାରେ ଶାରଦା ପ୍ରସାଦ ନାୟକ,ସମ୍ବଲପୁରରେ ସିର୍ଦ୍ଧାଥ ଦାଶ, ସୁବର୍ଣ୍ଣପୁରରେ ସରୋଜ କାମ୍ପା, ସୁନ୍ଦରଗଡରେ ବିନୟ ଟପ୍ପୋଙ୍କୁ ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି ।

ଏହି ତାଲିକାରେ ୩ ମନ୍ତ୍ରୀ ରହିଥିବା ବେଳେ ୭ ବିଧାୟକ ଓ ଜଣେ ଲୋକସଭା ସାଂସଦ ରହିଛନ୍ତି । ତେବେ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ମିଳିବା ପରେ ତାଙ୍କର ରାଜ୍ୟସଭା ବାଟ ବନ୍ଦ ହୋଇଥିବା ଚର୍ଚ୍ଚା ହେଉଛି । ସେହିଭଳି ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ଦେଇ ସନ୍ତୁଷ୍ଟ କରାଯାଇଛି । ଅନ୍ୟପଟେ ନିର୍ବାଚନ ପୂର୍ବରୁ ଦଳରେ ମିଶିଥିବା ଉତ୍କଳ କେଶରୀ ପରିଡାଙ୍କୁ କେନ୍ଦ୍ରାପଡା ଦାୟିତ୍ୱ ଦେଇଛି ବିଜେଡି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe