କନକ ବ୍ୟୁରୋ : ବିଧାନସଭା ନିର୍ବାଚନ ପାଇଁ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଷଷ୍ଠ ପର୍ଯ୍ୟାୟରେ ବିଜେଡି ୯ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଚିଲିକାରୁ ରଘୁନାଥ ସାହୁ, ଆନନ୍ଦପୁରରୁ ଅଭିମନ୍ୟୁ ସେଠୀ, ସାରସକଣା ଦେବାଶିଷ ମାରାଣ୍ଡି, କରଞ୍ଜିଆରୁ ବାସନ୍ତୀ ହେମ୍ବ୍ରମ, ରେମୁଣାରୁ ବିଦ୍ୟାସ୍ମିତା ମହାଳିକ, ସିମୁଳିଆରୁ ଶୁଭାସିନୀ ସାହୁ, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ, କେନ୍ଦ୍ରାପଡାରୁ ଗଣେଶ୍ୱର ବେହେରା, ଚମ୍ପୁଆରୁ ସନାତନ ମହାକୁଡଙ୍କୁ ପ୍ରାର୍ଥୀ କରିଛି ଦଳ । ପ୍ରାର୍ଥୀ ତାଲିକା ଘୋଷଣା କରି ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ଆଶୀର୍ବାଦ କାମନା କରିଛନ୍ତି ।