ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ବିଜେଡିର ଲୋକସଭା ପ୍ରାର୍ଥୀ ଘୋଷଣା । ଜାଣନ୍ତୁ ଆପଣଙ୍କ ଅଞ୍ଚଳରୁ ଲଢିବ କିଏ?

2,750

କନକ ବ୍ୟୁରୋ : ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଭୁବନେଶ୍ୱରରୁ ଅରୂପ ପଟ୍ଟନାୟକଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ରାଜ୍ୟସଭାକୁ ପଠାଇବାକୁ ଘୋଷଣା କରିଛନ୍ତି ନବୀନ । ସେହିଭଳି ସିନେଷ୍ଟାର ଅନୁଭବ ମହାନ୍ତିଙ୍କୁ ଦଳ କେନ୍ଦ୍ରାପଡାରୁ ପ୍ରାର୍ଥୀ କରିଥିବା ବେଳେ ବାଲେଶ୍ୱରରୁ ରବୀନ୍ଦ୍ର ଜେନାଙ୍କୁ ପୁଣିଥରେ ପ୍ରାର୍ଥୀ କରିଛି ଦଳ । ଅନ୍ୟପଟେ ସମ୍ବଲପୁରରୁ ନଳୀନି ପ୍ରଧାନ ଦଳ ପ୍ରାର୍ଥୀ କରିଛି ।


ସେହିଭଳି ପୁରୀରୁ ପିନାକୀ ମିଶ୍ର ଓ ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ କରିଛି । ଅନ୍ୟପଟେ ଯାଜପୁରରୁ ରୀତା ତରାଇଙ୍କ ବଦଳରେ ଶର୍ମିଷ୍ଠା ସେଠୀଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଦଳ । ମୟୂରଭଞ୍ଜରୁ ଦେବାଶିଷ ମାରାଣ୍ଡିଙ୍କୁ ଦଳ ପ୍ରାର୍ଥୀ କରିଛି । ଯେଉଁଥିରେ କିଛି ହେଭିୱେଟ ନେତାଙ୍କ ଟିକେଟ କଟିଥିବା ବେଳେ ନୂଆ ମୁହଁକୁ ସୁଯୋଗ ଦେଇଛନ୍ତି ବିଜେଡି ସୁପ୍ରିମୋ । ଉପକୂଳବର୍ତ୍ତୀ ଓଡିଶାର ବଡ ବଡ ନେତାଙ୍କ ଟିକେଟ କାଟିଛନ୍ତି ଦଳପତି ।