ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା । ଜାଣନ୍ତୁ ଆପଣଙ୍କ ଅଞ୍ଚଳରୁ ଲଢିବ କିଏ, ଦେଖନ୍ତୁ ପୂରା ପ୍ରାର୍ଥୀ ତାଲିକା
କନକ ବ୍ୟୁରୋ : ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା । ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ଅଧିକାଂଶ ପୁରୁଣା ମୁହଁ ଥିବା ବେଳେ କିଛି ସ୍ଥାନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେଡି । ପାଟକୁରାରୁ ବରିଷ୍ଠ ନେତା ବେଦପ୍ରକାଶ ଅଗ୍ରୱାଲଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ମହାକାଳପଡାରୁ ଅତନୁ ସବ୍ୟସାଚୀ ନାୟକଙ୍କୁ ଦଳ ପୁଣିଥରେ ପ୍ରାର୍ଥୀ କରିଛି । ସେହିଭଳି ଆଳିରୁ ପ୍ରତାପ ଦେବ, ମାହାଙ୍ଗାରୁ ପ୍ରତାପ ଜେନା, ନୟାଗଡରୁ ଅରୁଣ ସାହୁ ଓ ତାଳଚେରରୁ ବ୍ରଜ କିଶୋର ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି ଦଳ ।
Kanak News is now on WhatsApp
Join and get latest news updates delivered to you via WhatsApp
୩୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ଦେଖନ୍ତୁ ପୂରା ତାଲିକା #ElectionWithKanakNews #Election2019 #Odisha #Politics #BJD pic.twitter.com/TYJ2y0ozTi
— Kanak News (@kanak_news) March 27, 2019
ଚୌଦାର କଟକ ଆସନରୁ ସୌଭିକ ବିଶ୍ୱାଳ, ସୁକିନ୍ଦାରୁ ପ୍ରୀତିରଞ୍ଜନ ଘଡାଇ, ଭଣ୍ଡାରୀପୋଖରୀରୁ ପ୍ରଫୁଲ ସାମଲଙ୍କୁ ଦଳ ପ୍ରାର୍ଥୀ କରିଛି । ଅନ୍ୟପଟେ ବିଞ୍ଝାରପୁରରୁ ପ୍ରମିଳା ମଲ୍ଲିକ, ବଡମ୍ବାରୁ ଦେବୀ ପ୍ରସାଦ ମିଶ୍ର, ସିମୁଳିଆରୁ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବ୍ରହ୍ମଗିରିରୁ ସଞ୍ଜୟ ଦାସବର୍ମା, ବାଙ୍କିରୁ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ଦଳ ପ୍ରାର୍ଥୀ କରିଛି । ସାଲେପୁରରୁ ପ୍ରଶାନ୍ତ ବେହେରା, ଢେଙ୍କାନାଳରୁ ସୁଧୀର ସାମଲ, ଘଷିପୁରାରୁ ବ୍ରଦି ନାରାୟଣ ପାତ୍ରଙ୍କୁ ଦଳ ମୈଦାନକୁ ଓହ୍ଲାଇଛି ।