ବଳକା କିଛି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲେ ନବୀନ । ପାରାଦ୍ୱୀପରୁ ଲଢିବେ ଦାମଙ୍କ ପୁଅ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରୁ ଲଢିବ କିଏ ? ଦେଖନ୍ତୁ ପୂରା ତାଲିକା

Advertisment
ବଳକା କିଛି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲେ ନବୀନ । ପାରାଦ୍ୱୀପରୁ ଲଢିବେ ଦାମଙ୍କ ପୁଅ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରୁ ଲଢିବ କିଏ ? ଦେଖନ୍ତୁ ପୂରା ତାଲିକା

କନକ ବ୍ୟୁରୋ : ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ନିର୍ବାଚନ ପାଇଁ ବଳକା କିଛି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ଦଳପତି ନବୀନ ପଟ୍ଟନାୟକ ଏହି ପ୍ରାର୍ଥୀ ତାଲିକାରେ ମୋହର ମାରିଛନ୍ତି । ପାରାଦ୍ୱୀପରୁ ଦାମଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ କଟକ-ବାରବାଟୀ ଆସନରୁ ଦେବାଶିଷ ସାମନ୍ତରାୟଙ୍କୁ ପୁଣିଥରେ ମୈଦାନକୁ ଓହ୍ଲାଇଛି ଦଳ ।


ସେହିଭଳି ପୁରୀରୁ ମହେଶ୍ୱର ମହାନ୍ତି, ବାଲେଶ୍ୱରରୁ ଜୀବନ ପ୍ରଦୀପ ଦାସ, ରାଜନଗରରୁ ଧ୍ରୁବ ସାହୁ, କଟକରୁ ଚନ୍ଦ୍ରସାରଥୀ ବେହେରା, ଜଟଣୀରୁ ବିଭୂତି ବଳବନ୍ତରାୟ, ସୋରରୁ ପର୍ଶୁରାମ ଧଡା,ବଡଚଣାରୁ ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ, ତିର୍ତ୍ତୋଲରୁ ବିଷ୍ଣୁ ଦାସଙ୍କୁ ପ୍ରାର୍ଥୀ କରିଛି ଦଳ । ମୋଟ ୧୮ ଜଣ ପ୍ରାର୍ଥୀଙ୍କ ନାଁ ଦଳ ଘୋଷଣା କରିଥିବା ବେଳେ ଆହୁରି ୨୮ଟି ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିବ । ତେବେ ବାକି ଥିବା ୩ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ ଦଳ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe