କନକ ବ୍ୟୁରୋ : ଗୋଟିଏ ପଟେ ମେଂଟ ଚର୍ଚ୍ଚା, ଆଉ ଅନ୍ୟପଟେ ନବୀନ ନିବାସରେ ଚାଲିଛି ଟିକେଟ ପାଇଁ ମାରାଥନ ବୈଠକ । କାରଣ ହାତରେ ରହିଛି କମ ଦିନର ସମୟ । ଯୋଦ୍ଧାଙ୍କୁ ପ୍ରସ୍ତୁତ କରି ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛି । କୁହାଯାଉଛି କିଛି ଆସନରେ ନୂଆ ଚେହେରା ଖୋଜୁଥିବା ବେଳେ ଆଉ କିଛି ସ୍ଥାନରେ ଉତରାଧିକାରୀ ସନ୍ଧାନରେ ଅଛି ବିଜେଡି । ଏସବୁ ଭିତରେ ଗୁରୁବାର ଭୁବନେଶ୍ୱର, ବ୍ରହ୍ୁପୁର, ଆସ୍କା ଏବଂ କନ୍ଧମାଳ ସଂସଦୀୟ କ୍ଷେତ୍ର ସହ ୨୮ଟି ବିଧାନସଭା ଆସନ ବବାଦରେ ନେତାଙ୍କ ସହ ଓାନ ଟୁ ଓାନ ଆଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ଓ କ୍ଷମତା କେନ୍ଦ୍ର ।

Advertisment

ଗତ ନିର୍ବାଚନରେ ବିଜେଡି ହାତରୁ ଖସିଯାଇଥିଲା ଭୁବନେଶ୍ୱର ଲୋକସଭା ଆସନ । ତେଣୁ ଏହି ଆସନକୁ କିଭଳି କବଜା କରିବ ବିଜେଡି ସେନେଇ ନବୀନ ନିବାସରେ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଂଟ । ଚର୍ଚ୍ଚା ହେଉଛି ଶ୍ରମୀୟ ମିଶ୍ରଙ୍କୁ ଦଳ ମୈଦାନକୁ ଓହ୍ଲାଇପାରେ । ଭୁବନେଶ୍ୱର ଅଧୀନରେ ଥିବା ସବୁ ଆସନ ପାଇଁ ମଧ୍ୟ ଦଳ ଆରମ୍ଭ କରିଦେଇଛି ଟିକେଟ ଚୟନ ପ୍ରକ୍ରିୟା । କୁହାଯାଉଛି କିଛି ଆସନରେ ପ୍ରାର୍ଥୀ ଅଦଳବଦଳ କରିପାରେ ଦଳ ।

୨୦୧୯ରେ ସିଦ୍ଧାନ୍ତଙ୍କ ଟିକେଟ କାଟି ଚନ୍ଦ୍ରଶେଖର ସାହୁଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । କୁହାଯାଉଛି ଏଥର ତାଙ୍କୁ ବ୍ରହ୍ମପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିପାରେ ଦଳ । ତେଣୁ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ନୂଆ ଚେହେରାଙ୍କୁ ସାମ୍ନାକୁ ଆଣିବା ସମ୍ଭାବନା ରହିଛି । ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ୨ଟି ବିଧାନସଭା ଆସନ ସାନଖେମୁଣ୍ଡି ଓ ପାରଳାଖେମୁଣ୍ଡି ବିଜେଡି ହାତରୁ ଖସି ଯାଇଥିଲା । ତେଣୁ ଏହି ଆସନକୁ କବଜା କରିବା ପାଇଁ ସ୍ୱତନ୍ତ୍ର ରଣନୀତି ସହ ଦିଗପହଣ୍ଡିରେ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କ ଉପରେ ଦଳ ଭରସା କରିପାରେ । ଆଉ କିଛି ଆସନରେ ପ୍ରାର୍ଥୀ ପରିବର୍ତନ ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

କନ୍ଧମାଳରେ ଲୋକସଭା ଆସନ ସହ ୭ଟି ଯାକ ବିଧାନସଭା ହାତେଇଥିଲା ବିଜେଡି । ତେଣୁ ୨୦୨୪ରେ ସମାନ ଫଳାଫଳ ଦୋହରାଇବାକୁ ନେତାଙ୍କୁ ଟାସ୍କ ଦେଇଛନ୍ତି ସୁପ୍ରିମୋ । ସେହିପରି ଆସ୍କାରେ ସରପ୍ରାଇଜ କ୍ୟାଣ୍ଡିଡେଟ୍ ଥିଲେ ପ୍ରମିଳା ବିଷୋୟୀ । ଏଥର ପୁଣି ତାଙ୍କୁ ସୁଯୋଗ ମିଳିବ ନା ଆଉଜଣେ ମହିଳା ଚେହେରାଙ୍କୁ ସୁଯୋଗ ଦିଆଯିବ ତା ଉପରେ ନଜର ରହିଛି ।