ଧର୍ମେନ୍ଦ୍ରଙ୍କୁ ବିଜେଡିର କାଉଣ୍ଟର । ବୁଲେଟ ଉପରେ ବିଶ୍ୱାସ କରେ ବିଜେପି, ବାଲାଟ ପେପର ଉପରେ ବିଜେଡି ।

97

କନକ ବ୍ୟୁରୋ: ଧର୍ମେନ୍ଦ୍ରଙ୍କୁ ବିଜେଡିର ଟାର୍ଗେଟ । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି କି, ଧର୍ମେନ୍ଦ୍ର ବାବୁ ଜେଣ ପଳାୟନପନ୍ଥୀ ନେତା ଯିଏକି ଓଡ଼ିଶାରେ ନିର୍ବାଚନ ଲଢ଼ିବାକୁ ପଛଘୁଞ୍ଚା ଦେଇଛନ୍ତି । ଏପରିକି ୨୦୦୦ ମସିହାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତ ଧରି ପ୍ରଥମଥର ନିର୍ବାଚନ ଲଢ଼ି ନିର୍ବାଚିତ ହୋଇଥିଲେ ଧର୍ମେନ୍ଦ୍ର । ଏହାପରେ ୨୦୦୪ ମଧ୍ୟ ନବୀନ ବାବୁଙ୍କ ହାତ ଧରି ବିଜୟର ସ୍ୱାଦ ଚାଖିଥିଲେ । କିନ୍ତୁ ୨୦୦୯ ମସିହାରେ ନବୀନ ବାବୁ ହାତ ଛାଡ଼ିବା ପରେ ପରାଜିତ ହୋଇଥିଲେ ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ୨୦୧୪ ଏବଂ ଚଳିତ ନିର୍ବାଚନରେ ଲଢ଼ିବାକୁ ସାହସ ଜୁଟାଇ ପାରପାରୁନାହାନ୍ତି ଧର୍ମେନ୍ଦ୍ର ବୋଲି କହିଛନ୍ତି ସସ୍ମିତ ।

ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନ  ଆଇନ ଶୃଂଖଳା ବିପର୍ୟ୍ୟସ୍ତ ଅବସ୍ଥାରେ କହି ଧର୍ମେନ୍ଦ୍ର ବିଜେଡିକୁ ଟାର୍ଗେଟ କରିବା ପରେ ଜବାବ ରଖିଛି ବିଜେଡି । ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି କି, ଯେଉଁ ଦଳ ଛତ୍ରପୁର ପୂର୍ବତନ ବିଜେଡି କାଉନସିଲରଙ୍କ ହତ୍ୟାଘଟଣାରେ ସମ୍ପୃକ୍ତ ଆଉ ବିଭିନ୍ନ ଗ୍ୟାଙ୍ଗଷ୍ଟର ମାନଙ୍କ ସହିତ ଖୋଦ କେନ୍ଦ୍ରମନ୍ତ୍ରୀଙ୍କ ସମ୍ପର୍କ ରାଜ୍ୟବାସୀଙ୍କୁ ବେସ୍ ଭଲଭାବେ ଜଣା । ନିକଟରେ ଟିଟୋ ଗ୍ୟାଙ୍ଗଷ୍ଟରକୁ ୨ଟି ପେଟ୍ରୋଲ ପମ୍ପ ମାଲିକାନା ଖୋଦ୍ ଧର୍ମେନ୍ଦ୍ର ବାବୁଙ୍କ ବିଭାଗ ଦେଇଥିବାନେଇ ପର୍ଦ୍ଦାଫାସ ହୋଇଥିଲା । ଏଥିରୁ କିଏ ରାଜ୍ୟର ଆଇନ ଶୃଙ୍ଖଳାକୁ ନଷ୍ଟ କରୁଛି ରାଜ୍ୟବାସୀ ବିଚାର କରିବେ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ।