ଭୋଟ୍ ପାଇଁ ରାସନ ଲୋଭ ଦେଖାଇଲେ ଧର୍ମେନ୍ଦ୍ର, ଜବାବ ରଖିଲା ବିଜେଡି । କହିଲା, ନିର୍ବାଚନୀ ସମୟରେ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି ଧର୍ମେନ୍ଦ୍ର ।

184

କନକ ବ୍ୟୁରୋ: ଭୋଟ୍ ପାଇଁ ରାସନ ଲୋଭ ଦେଖାଇଲେ ଧର୍ମେନ୍ଦ୍ର ଜବାବ ରଖିଲା ବିଜେଡି । ଦଳୀୟ ମୁଖପାତ୍ର ଲେଲିନ୍ ମହାନ୍ତି କହିଛନ୍ତି କି, ଧର୍ମେନ୍ଦ୍ର ବାବୁ କେବଳ ମିଛ କହିବ ଜାଣିଛନ୍ତି । ୫ ବର୍ଷ ହେବ ରାଜ୍ୟବାସୀଙ୍କୁ ଠକି ଚାଲିଛନ୍ତି । ଏପରିକି ଧର୍ମେନ୍ଦ୍ର ପ୍ରଧାନ ପ୍ରତିଦିନ ମିଛ ନକହିଲେ ତାଙ୍କ ପେଟରେ ଯନ୍ତ୍ରଣା ହୁଏ ବୋଲି କହି କଡ଼ା ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ଲେଲିନ୍ ମହାନ୍ତି । ବିଜେପି ୨୨ ରାଜ୍ୟରେ କ୍ଷମତା ଡ଼ୋରୀ ସମ୍ଭାଳିଥିଲେ ମଧ୍ୟ କୋଉ ରାଜ୍ୟରେ ୧ ଟଙ୍କାରେ ଡାଲି, ଚାଉଳ ଓ ଲୁଣ, ଦେବାକଥା ଚିନ୍ତା କରିଛନ୍ତି କି?

ଅନ୍ୟପଟେ ୨୦୧୯ ନିର୍ବାଚନ ଚାଲୁଥିବା ସମୟରେ କେବଳ ଭୋଟ୍ ହାତେଇବାକୁ ଏଭଳି ମିଛ କଥା କହୁଛନ୍ତି ଧର୍ମେନ୍ଦ୍ର । ବିଜେପି ଇସ୍ତାହାରରେ ଏହି ପ୍ରତିଶ୍ରୁତି କାହିଁକି ଦେଲେ ନାହିଁ । ଧର୍ମେନ୍ଦ୍ର ବାବୁଙ୍କ ଏଭଳି ନିର୍ବାଚନୀ ସମରେ ଘୋଷଣା କେବଳ ଓଡ଼ିଶାର ଜନତାଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି କହିଛନ୍ତି ଲେଲିନ୍ । ସାଢ଼େ ୪ କୋଟି ଓଡ଼ିଆଙ୍କୁ ବୋକା ଭାବି ୨୦୧୯ର ସବୁଠାରୁ ବଡ଼ ମିଛ କହିଛନ୍ତି ଧର୍ମେନ୍ଦ୍ର । ଯାହା ଏକ ପଳାୟନପନ୍ଥୀ ନେତାଙ୍କ କାର୍ଯ୍ୟ । ସେ ହାରିଯିବା ଭୟରେ ଏଭଳି ଗୁଡ଼ାଏ ମିଛ କଥା କହୁଛନ୍ତି ଧର୍ମେନ୍ଦ୍ର ବୋଲି ଜବାବ ରଖିଛି ବିଜେଡି ।

ସୂଚନାଯୋଗ୍ୟ ଯେ, ୧ କଟକ-ଚୌଦାର ପ୍ରଚାର ମୈଦାରେ ଧର୍ମେନ୍ଦ୍ର କହିଥିଲେ ଯେ, ରାଜ୍ୟରେ ବିଜେପି ସରକାର ଆସିଲେ ୧ ଟଙ୍କାରେ ମିଳିବ ଖାଦ୍ୟ ସାମଗ୍ରୀ । ୧ ଟଙ୍କାରେ ୫ କିଲୋ ଚାଉଳ, ୫୦୦ ଗ୍ରାମ ଲେଖାଏଁ ଲୁଣ ଓ ଡାଲି ଦେବାକୁ ଧର୍ମେନ୍ଦ୍ର ଘୋଷଣା କରିବାପରେ ରାଜ୍ୟ ରାଜନୀତି ଉଷ୍ମ କରିଛି । ଖାଦ୍ୟ ସୁରକ୍ଷା ଯୋଜନାରେ ଅର୍ନ୍ତଭୁକ୍ତ ଥିବା ୩.୨୬ କୋଟି ହିତାଧିକାରୀ ଉପକୃତ ହେବେ ବୋଲି ଧର୍ମେନ୍ଦ୍ର କହିବା ପରେ ଜବାବ ରଖିଛି ବିଜେଡି । ଏହାକୁ ନେଇ ରାଜ୍ୟରେ ନିର୍ବାଚନ ମାହୋଲକୁ ଅଧିକ ଉଷ୍ମ କରିଛି ।