ବିଜେପିକୁ ବିଜେଡିର ଟାର୍ଗେଟ । ଓଡ଼ିଶାବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଭ୍ରମିତ କରିବାକୁ ଚେଷ୍ଟା କରୁଛି ବିଜେପି ।

142

କନକ ବ୍ୟୁରୋ: ବିଜେପିକୁ ବିଜେଡିର ନିଶାନା । ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଲା ବିଜେଡି । ବିଜେଡି ମୁଖପାତ୍ର ତଥା ଆଇଟି ସେଲ୍ ଅଧ୍ୟକ୍ଷ ଅମର ପଟ୍ଟନାୟକ କହିଛନ୍ତି କି, ଯେଉଁ ବିଜେପି ୨୦୧୪ ନିର୍ବାଚନୀ ଇସ୍ତାହାରରେ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ଦେବାକୁ ଘୋଷଣା କରିଥିଲା ୨୦୧୯ ଇସ୍ତାହାରରେ ତାହା ନାହିଁ । ଏହା ଦର୍ଶାଉଛି ଯେ, ବିଜେପି କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ରାଜ୍ୟ ତଥା ଦେଶବାସୀଙ୍କୁ ଭ୍ରମିତ କରୁଛି ବୋଲି ସମାଲୋଚନା କରିଛି ବିଜେଡି ।

ସେହିଭଳି ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଦେଶବାସୀଙ୍କ ସହ ସାଢ଼େ ୪ କୋଟି ଓଡ଼ିଆଙ୍କୁ ପ୍ରତାରିତ କରିଛି ବିଜେପି । ବର୍ଷକୁ ୨ କୋଟି ନିଯୁକ୍ତି ଏବଂ ୫ବର୍ଷରେ ୧୦ କୋଟି ନିଯୁକ୍ତି ଦେବାରେ ବିଫଳ ଦଳ । କେବଳ ନିଯୁକ୍ତି କାହିଁକି, ଜଳସେଚନ ଓ ବିମାନବନ୍ଦର ନେଇ ମଧ୍ୟ ଆଜି ଓଡ଼ିଶାବାସୀଙ୍କୁ ଠକି ଚାଲିଛି ବିଜେପି । କେବଳ ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ଏଭଳି ଅସହାୟ ହୋଇ ମିଥ୍ୟା ପ୍ରତିଶ୍ରୁତି ଦେଉଛି ତେଣୁ ଭୋଟରମାନେ ବିଜେପିର ସୁନେଲୀ ସ୍ୱପ୍ନ ଭଳି ପ୍ରତିଶ୍ରୁତିରେ ବିଶ୍ୱାସ ନକରିବାକୁ ଆହ୍ୱାନ ଦେଇଛି ବିଜେଡି ।

କେବଳ ରାଜ୍ୟ ନୁହେଁ ଦେଶବାସୀଙ୍କ ପାଇଁ ବିଜେପି ପ୍ରତିଶ୍ରୁତି କ୍ଷତିକାରକ ବୋଲି କହି ବିଜେପିକୁ କଡ଼ା ସମାଲୋଚନା କରିଛି ବିଜେପି । କେନ୍ଦ୍ରରେଥିବା ବିଜେପି ସରକାରର ଶୀର୍ଷ ନେତାମାନେ ବାରମ୍ବାର ଓଡ଼ିଶାକୁ ଆସି ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଛନ୍ତି । ଭୋଟ ବେଳକୁ କେବଳ ଦେଖା ମିଳୁଛି ଆଉ ଭୋଟ ପରେ ଓଡ଼ିଶାବାସୀଙ୍କୁ ଭୁଲି ଯାଉଛନ୍ତି ବୋଲି କହି କଟାକ୍ଷ କରିଛି ବିଜେଡି ।