କନକ ବ୍ୟୁରୋ : ବିଜେଡି ଗଡ଼ରେ ପଶୁଛି ବିଜେପି। ଭୁବନେଶ୍ବରରେ ଭାଙ୍ଗୁଛି ବିଜୁ ଜନତା ଦଳ। କର୍ପୋରେଟର ଛାଡ଼ିବା ପରେ ବାବୁ ସିଂ ବଡ଼ ବୟାନ ଦେଇଛନ୍ତି। କହିଛନ୍ତି ବିଜେପି ସହ ଯୋଗାଯୋଗରେ ଅଛନ୍ତି ବିଜେଡି କର୍ପୋରେଟର। ବିଜେଡି କର୍ପୋରେଟର ବିଜେପି ସହ ଯୋଗାଯୋଗ ସୁରୂପ ଗଣତନ୍ତ୍ର ସହ ନ୍ୟାୟ ସହ ଯୋଗାଯୋଗରେ ଅଛନ୍ତି ବୋଲି କହିଛନ୍ତି। ପଲିଟିକାଲ ଲୋକଙ୍କୁ ପଲିଟିକାଲ ବିହେଭ ଦେଖାଇଲେ ବା ପଞ୍ଜୁରୀରେ ରହିଲେ ସେମାନେ ରହିବେ ନାହିଁ। ନେତୃତ୍ୱ ନେଉଥିବା ନେତା ଯଦି ଲକ୍ଷ୍ମଣରେଖା ଟାଣିବେ, ତେବେ ବିଧାୟକ ହୁଅନ୍ତୁ କି କର୍ପୋରେଟର ସେମାନେ ଦଳ ଡେଇଁବାର ଯଥେଷ୍ଟ ଆଶା ଦେଖାଦେଇପରେ। ଗଣତନ୍ତ୍ରକୁ ହତ୍ୟା କରିବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ତାଙ୍କ ଦଳର ଲୋକ ବିଶ୍ୱାସ କରିବେନି ବୋଲି କହି ବିଜେଡିକୁ ପରୋକ୍ଷରେ ସମାଲୋଚନା କରିଛନ୍ତି ବାବୁ ସିଂ।
ରାଜଧାନୀରେ ଭାଙ୍ଗୁଛି ବିଜେଡି । ବିଜେପି ବିଧାୟକ ବାବୁ ସିଂଙ୍କ ବଡ ବୟାନ । କହିଲେ, ସଂପର୍କରେ ଅଛନ୍ତି ବିଜେଡି କର୍ପୋରେଟର
/kanak/media/post_attachments/wp-content/uploads/2024/08/7-18.jpg)