ଓଡିଶା ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା ପରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ତାଲିକାକୁ ଅପେକ୍ଷା । କେବେ ଆସିବ ତାଲିକା?

279

କନକ ବ୍ୟୁରୋ: ଓଡିଶା ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା ପରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ତାଲିକାକୁ ଅପେକ୍ଷା । କାହାକୁ ମିଳିବ କାହାର କଟିବ ତା ଉପରେ ସମସ୍ତଙ୍କ ନଜର । କାରଣ ବିଜେପି ବିଭିନ୍ନ ଲୋକସଭା ଆସନରେ ହେଭି ୱେଟ୍୍ ନେତାଙ୍କୁ ଟିକେଟ୍ ଦେଇସାରିଛି । ଏହାପରେ ବିଜେଡି ଓ କଂଗ୍ରେସର ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ କେମିତି ହେବ ନିର୍ବାଚନ ପରିବେଶ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ଠିକ ସମୟରେ କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ଦଳ କହୁଥିବାବେଳେ ବିଭିନ୍ନ ସମୟରେ ବରିଷ୍ଠ ନେତାଙ୍କୁ ନେଇ ନବୀନ ନିବାସରେ ଚାଲିଛି ଟିକେଟ୍ କସରତ୍ । ବିଭିନ୍ନ ଜିଲ୍ଲାର ନେତାଙ୍କୁ ନେଇ ସମୀକ୍ଷା କରୁଛନ୍ତି ବିଜେଡି ସୁପ୍ରିମୋ ।