ବିଜେପି ବିରୋଧରେ ଫେରାଦ୍ ହେଲା ବିଜେଡି । ଅଭିଯୋଗ ପରେ ଜବାବ ରଖିଲା ଭାରତୀୟ ଜନତା ପାର୍ଟି ।

192

କନକ ବ୍ୟୁରୋ: ବିଜେପି ବିରୋଧରେ ପୁଣିଥରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଇଛି ବିଜେଡି ପ୍ରତିନିଧି ଦଳ । ଜୟ ନାରାୟଣ ମିଶ୍ରଙ୍କୁ ଟାର୍ଗେଟ କରି ବିଜେଡି ଏହି ଅଭିଯୋଗ କରିଛି । ବିଜେଡିର ଅଭିଯୋଗ ହେଉଛି , ମହିଳାଙ୍କ ଚରିତ୍ର ଉପରେ ବିଜେପି ନେତା ଆକ୍ଷେପ କରୁଛନ୍ତି । ତୃଣମୂଳସ୍ତରରେ କାମ କରି ନିଜ ଆତ୍ମସ୍ୱାଭିମାନ୍ ତିଆରି କରୁଥିବା ମହିଳାମାନଙ୍କ ଉପରେ ବିଜେପି ନେତା ଆକ୍ଷେପ କରିବା ସହିତ ତାଙ୍କୁ ଧମକାଉଛନ୍ତି । ଖାଲି ସେତିକି ନୁହେଁ ବିଜେପି ନେତା ସରକାରୀ ଅଧିକାରୀଙ୍କୁ ଧମକାଉଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି ।

ତେବେ ଏହାର ଜବାବ ରଖି ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି, ଚୋର ମଚାଏ ସୋର । ମହିଳା ବିରୋଧୀ ଅପରାଧରେ ଓଡିଶା ଏକ ନମ୍ବର । ବିଜେଡି ପ୍ରାର୍ଥୀଙ୍କ ନାଁରେ ମହିଳା ବିରୋଧୀ ଅପରାଧ ମାମଲା ରହିଛି । କିନ୍ତୁ ବିଜେପି ମହିଳାଙ୍କୁ ଅପମାନିତ କରିବା ଅଭିଯୋଗ ହାସ୍ୟାସ୍ପଦ ବୋଲି ବିଜେପି ମୁଖପାତ୍ର କହିଛନ୍ତି । ତେବେ ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତାଠାରୁ ମିଶନ ଶକ୍ତିି ମହିଳାଙ୍କ ରୋଜଗାର କମ୍ । ତେଣୁ ରାଜ୍ୟ ସରକାର କେମିତି ମହିଳାଙ୍କ ବିକାଶ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେପି ସବୁବେଳେ ଅବାଧ ମୁକ୍ତ ନିର୍ବାଚନ ଚାହୁଁଛି । ବିଜେଡି କିନ୍ତୁ ଭୟରେ ବିଳାପ କରୁଛି ବୋଲି ଅନୀଲ ବିଶ୍ୱାଳ କହିଛନ୍ତି ।