ବିଜେପୁର ପାଇଁ କସରତ: ଆସନ୍ତାକାଲି ନବୀନ ନିବାସରେ ବସିବ ବୈଠକ; ଖୁବ୍ ଶୀଘ୍ର ଘୋଷଣା ହେବ ପ୍ରାର୍ଥୀଙ୍କ ନାଁ

ବିଜେପୁରରେ ନୂଆ-ପୁରୁଣା ମଧ୍ୟରେ ଲଢେଇ ! ନିର୍ବାଚନ ପୂର୍ବରୁ ଗଡ ଜଗିଲାଣି ବିଜେଡି, ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ୩ ଦଳର ନେତା

କନକ ବ୍ୟୁରୋ: ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ କସରତ ଆରମ୍ଭ କରିଦେଇଛନ୍ତି ବିଭିନ୍ନ ରାଜନୈତିକ ଦଳ । ଏହି କ୍ରମରେ ଆସନ୍ତକାଲି ବିଜେଡି ପକ୍ଷରୁ ନବୀନ ନିବାସରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ସମନ୍ୱୟ କମିଟି ତୃଣମୂଳ ସ୍ତରରୁ ବିଜେପୁରରୁ ଆସିଥିବା ରିପୋର୍ଟକୁ ସୁପ୍ରିମୋଙ୍କୁ ଦେବେ । ବିଜେପୁର ପାଇଁ ଚୂଡାନ୍ତ ରଣନୀତି ବୈଠକରେ ଆଲୋଚନା ହେବ ।  ଏବଂ ଦିନେ କି ଦୁଇଦିନ ଭିତରେ ବିଜେଡି ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା କରିପାରେ । ତେବେ ବିଜେପୁରରେ ଲଢ଼େଇ ଜୋରଦାର ହେବ ବୋଲି କହିଛନ୍ତି ବିଜେଡିର ବିଜେପୁର ନିର୍ବାଚନ ପାଇଁ ଗଠନ ହୋଇଥିବା କମିଟିର ସଦସ୍ୟ ସଞ୍ଜୟ ଦାସବର୍ମା ।

publive-image

ଅନ୍ୟପଟେ, ବିଜେପୁର ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଜେପି ସଭାପତି କହଛିନ୍ତିି ତାଙ୍କ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି । ଏବଂ ଠିକ୍ ସମୟରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ବିଜେପୁର ଅଂଳଚକୁ ଉପେକ୍ଷା , ଜଳସେଚନ, ବେରୋଜଗାରୀ, ଶିକ୍ଷା ଓ ସ୍ୱାସ୍ଥ୍ୟ ଅବ୍ୟବସ୍ଥାକୁ ନିର୍ବାଚନରେ ଭାରତୀୟ ପାର୍ଟି ମୁଖ୍ୟ ପ୍ରସଙ୍ଗ କରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe