କନକ ବ୍ୟୁରୋ: ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ କସରତ ଆରମ୍ଭ କରିଦେଇଛନ୍ତି ବିଭିନ୍ନ ରାଜନୈତିକ ଦଳ । ଏହି କ୍ରମରେ ଆସନ୍ତକାଲି ବିଜେଡି ପକ୍ଷରୁ ନବୀନ ନିବାସରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ସମନ୍ୱୟ କମିଟି ତୃଣମୂଳ ସ୍ତରରୁ ବିଜେପୁରରୁ ଆସିଥିବା ରିପୋର୍ଟକୁ ସୁପ୍ରିମୋଙ୍କୁ ଦେବେ । ବିଜେପୁର ପାଇଁ ଚୂଡାନ୍ତ ରଣନୀତି ବୈଠକରେ ଆଲୋଚନା ହେବ । ଏବଂ ଦିନେ କି ଦୁଇଦିନ ଭିତରେ ବିଜେଡି ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା କରିପାରେ । ତେବେ ବିଜେପୁରରେ ଲଢ଼େଇ ଜୋରଦାର ହେବ ବୋଲି କହିଛନ୍ତି ବିଜେଡିର ବିଜେପୁର ନିର୍ବାଚନ ପାଇଁ ଗଠନ ହୋଇଥିବା କମିଟିର ସଦସ୍ୟ ସଞ୍ଜୟ ଦାସବର୍ମା ।
ଅନ୍ୟପଟେ, ବିଜେପୁର ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଜେପି ସଭାପତି କହଛିନ୍ତିି ତାଙ୍କ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି । ଏବଂ ଠିକ୍ ସମୟରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ବିଜେପୁର ଅଂଳଚକୁ ଉପେକ୍ଷା , ଜଳସେଚନ, ବେରୋଜଗାରୀ, ଶିକ୍ଷା ଓ ସ୍ୱାସ୍ଥ୍ୟ ଅବ୍ୟବସ୍ଥାକୁ ନିର୍ବାଚନରେ ଭାରତୀୟ ପାର୍ଟି ମୁଖ୍ୟ ପ୍ରସଙ୍ଗ କରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/02/bijepur-3-1.jpg)
/kanak/media/post_attachments/wp-content/uploads/2019/09/bijepur-by-poll-1024x834-300x244.jpg)