କନକ ବ୍ୟୁରୋ: ଆଜି ରାଜ୍ୟ ରାଜନୀତିରେ ପାୱାର ସୋ । ଆଜି ମାରାଥନ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ସମ୍ବଲପୁର ସଂସଦୀୟ କ୍ଷେତ୍ର ଦେବଗଡ଼, ଛେଣ୍ଡିପଦା, ଆଠମଲ୍ଲିକରେ ବିଶାଳ ଜନସଭା କରିବେ ବିଜେଡି ସୁପ୍ରିମୋ । ଏହା ସହ ରାଉରକେଲାରେ ମଧ୍ୟ ପ୍ରଚାର କରିବେ । ଦିନ ସାଢେ ୧୧ଟାରେ ସେଠାରେ ପହଞ୍ଚି ବିଶାଳ ସଭାରେ ସାମିଲ ହୋଇ ବିଜେଡି ପାଇଁ ଭୋଟ୍ ମାଗିବେ । ରାଉରକେଲାରୁ ଦେବଗଡ଼ ଯାଇ ବିରାଟ ସଭା କରିବେ । ଅପରାହ୍ଣ ୪ଟାରେ ଛେଣ୍ଡିପଦା ଓ ୫ଟାରେ ଆଠମଲ୍ଲିକରେ ସଭା କରିବେ ବିଜେଡି ସୁପ୍ରିମୋ । ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ନବୀନଙ୍କ ମାରାଥନ ପ୍ରଚାର ପ୍ରଣବଙ୍କ ପାଇଁ ସଂଜିବନୀ ହେବ ବୋଲି ଚର୍ଚ୍ଚା ହେଉଛି ।
ଆଜି ମାରାଥନ ପ୍ରଚାର କରିବେ ବିଜେଡି ସୁପ୍ରିମୋ । ଦେବଗଡ଼, ଛେଣ୍ଡିପଦା, ଆଠମଲ୍ଲିକ ଓ ରାଉରକେଲାରେ ଜନସଭାକୁ କରିବେ ସମ୍ବୋଧନ । ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ୍ ।
/kanak/media/post_attachments/wp-content/uploads/2024/05/8-14.jpg)