କନକ ବ୍ୟୁରୋ : ରାଜନୀତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ପରାମର୍ଶଦାତା ଗୋପବନ୍ଧୁ ଦାସ । ଗଞ୍ଜାମ ଜିଲ୍ଲା କୁକୁଡା ଖଣ୍ଡ ବ୍ଲକ ୧୦ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଗୋପବନ୍ଧୁ ଦାସ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ ହେବା ପରେ ଗୋପବନ୍ଧୁଙ୍କ ପ୍ରଚାରକୁ ନେଇ ଗଞ୍ଜାମ ରାଜନୀତିରେ ଚର୍ଚ୍ଚା ହେଉଛି ।

Advertisment

ଜିଲ୍ଲାରେ ଦଳକୁ ସଙ୍ଗଠିତ କରିବା ସହ ପଂଚାୟତ ନିର୍ବାଚନରେ ସଫଳତା ପାଇଁ ଦଳର ମଙ୍ଗ ଧରିଛନ୍ତି ଗୋପବନ୍ଧୁ । ବିଭିନ୍ନ ସମୟରେ ବୈଠକ କରି କର୍ମୀଙ୍କୁ ମନ୍ତ୍ର ଦେଉଥିବା ତୃତୀୟ ମହଲାର ଏହି ପୂର୍ବତନ ଆଇଏଏସ୍ ଅଫିସରଙ୍କୁ ପ୍ରଥମ ଥର ପାଇଁ ରାଜନୈତିକ ମଂଚରେ ଦେଖିବାକୁ ମିଳିଛି । ମହିଳା ସଶକ୍ତିକରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ବାର୍ତାକୁ ଲୋକଙ୍କ ପାଖରେ ପହଂଚାଇବା ସହ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭିଡିଓ ବାର୍ତାକୁ ମଧ୍ୟ ଲୋକଙ୍କ ଆଗରେ ପଦର୍ଶିତ କରିଛନ୍ତି ।