କନକ ବ୍ୟୁରୋ: ଟିକେଟ ମିଳିନଥିବା ବେଳେ ଗଜପତି ମୋହନାରେ ପ୍ରାର୍ଥୀଙ୍କୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । ନିର୍ବାଚନ ମଣ୍ଡଳୀର ବିଜେଡିର ଅନେକ ଆଶାୟୀ ପ୍ରାର୍ଥୀ ଅଛନ୍ତି । ହେଲେ ୨୦୧୯ରେ ପ୍ରାର୍ଥୀ ହୋଇଥିବା ପୂର୍ଣ୍ଣବାସୀ ନାୟକ ଅବା ତାଙ୍କ ସ୍ୱାମୀ ଅନ୍ତର୍ଯ୍ୟାମୀ ଗମାଙ୍ଗକୁ ଟିକେଟ ନଦେବାକୁ ଦାବି କରିଛନ୍ତି ଦଳର କିଛି ବରିଷ୍ଠ ନେତା ।
ଏହି ନିର୍ବାଚନ ମଣ୍ଡଳୀ ଆଦିବାସୀଙ୍କ ପାଇଁ ସରକ୍ଷଣ ଥିବାରୁ କୁଇ କନ୍ଧ, ସୌରା, ମାଲା ଖ୍ରୀଷ୍ଟିଆନ ସମ୍ପଦାୟର ଲୋକଙ୍କୁ ଟିକେଟ ଦେବା ପାଇଁ ନିବେଦନ କରିଛନ୍ତି ଦଳୀୟ ନେତା । ଯଦି ଅନ୍ତର୍ଯ୍ୟାମୀ ଅବା ତାଙ୍କ ପରିବାରର କାହାକୁ ଟିକେଟ ଦିଆଯାଏ ତେବେ ବିଜେଡି ହାରିବ ବୋଲି କହିଛନ୍ତି ନେତା । ଏପରିକି ତାଙ୍କୁ ଟିକେଟ ଦେଲେ ଦଳ ଛାଡିବାକୁ ଚେତାବନୀ ଦେଇଛନ୍ତି ଆଶାୟୀ ପ୍ରାର୍ଥୀ ମୋଷା ମାଝି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/mohana-1.jpg)