ଦୁଇଟି ଯାକ ଆସନରେ ଭୋଟ୍ ଦେଲେ ପ୍ରମୁଖ ପ୍ରାର୍ଥୀ । ଜିତିବା ନେଇ କଲେ ଦାବି । ତିର୍ତ୍ତୋଲରେ ଭୋଟ୍ ଦେଲେ କଂଗ୍ରେସ ନେତା ରଂଜୀବ ବିଶ୍ୱାଳ

251

କନକ ବ୍ୟୁରୋ: କରୋନା କାଳରେ ରାଜ୍ୟରେ ଦୁଇଟି ଆସନ ବାଲେଶ୍ୱର ଓ ତିର୍ତୋଲରେ ଚାଲିଛି ଉପନିର୍ବାଚନ ପାଇଁ ମତଦାନ । ଆଜି ନେତା ବାଛୁଛି ବାଲେଶ୍ୱର ଓ ତିର୍ତୋଲ । ଏହି ଦୁଇ ସ୍ଥାନରେ ସକାଳ ୭ ଟାରୁ ସଂଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ତିର୍ତୋଲରେ ୨ ଲକ୍ଷ ୩୯ ହଜାର ୧୫୩ ଜଣ ଭୋଟର ୩୭୩ ଟି ବୁଥରେ ମତଦାନ କରୁଛନ୍ତି । ସେହିପରି ବାଲେଶ୍ୱରରେ ୨ଲକ୍ଷ ୩୦ହଜାର ୨୯୭ ଜଣ ଭୋଟର ୩୪୬ଟି ବୁଥରେ ଭୋଟ ଦେଉଛନ୍ତି । କରୋନା କଟକଣା ଭିତରେ ଆରମ୍ଭ ହୋଇଛି ଭୋଟ ଗ୍ରହଣ । ମତଦାନ ସମୟରେ ଭୋଟରଙ୍କ ଧାଡି ମଧ୍ୟରେ ୬ ଫୁଟର ଦୂରତା । ମତଦାନ ଆଗରୁ ସମସ୍ତ ଭୋଟରଙ୍କ ଥର୍ମାଲ ସ୍କାନିଂ କରାଯାଉଛି । ଏହା ପରେ ହାତ ଧୋଇବା ବାଧ୍ୟତାମୂଳକ କରାଯାଇଛି । ପୋଲିଂ କର୍ମଚାରୀ ପିପିଇ କିଟ୍ ପିନ୍ଧି ପୁରା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ସେହିପରି କରୋନା ପଜିଟିଭ୍ ବ୍ୟକ୍ତି ବି କରିପାରିବେ ମତଦାନ । ଯାହାର କରେନା ପଜିଟିଭ୍ ଥିବ, ସେମାନେ ପିପିଇ କିଟ୍ ପିନ୍ଧି ମତ ସାବ୍ୟସ୍ତ କରିପାରିବେ ।

ଅନ୍ୟପକ୍ଷରେ ଦୁଇଟି ଯାକ ଉପନିର୍ବାଚନରେ ନେତା ଓ ପ୍ରାର୍ଥୀ ସେମାନଙ୍କ ମତଦାନ କରିଛନ୍ତି । ବାଲେଶ୍ୱର ଆସନରେ ବିଜେଡିର ସ୍ୱରୂପ ଦାସ, ବିଜେପିର ମାନସ ଦତ, କଂଗ୍ରେସର ମମତା କୁଣ୍ଡୁ ଓ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ଭୋଟଦେବା ପରେ ନିଜ ବିଜୟ ନେଇ ଦୃଢ ଦାବି କରିଛନ୍ତି ପ୍ରାର୍ଥୀ ।

କରୋନା କାଳରେ ଆଗେଇ ଚାଲିଛି ବାଲେଶ୍ୱର ଉପନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାଶ ଆସି ନିଜ ଅଧିକାର ସାବ୍ୟସ୍ତ କରିଛନ୍ତି । ମତଦାନ କରି ବେଶ୍ ଖୁସି ଥିବା କହିଛନ୍ତି ସ୍ୱରୂପ । ସଫଳ ପ୍ରଚାର ପରେ ମତଦାନ ଭିଡ ଦେଖି , ଜନମତ ବିକାଶ ଆଡକୁ ମତଦାନ କରୁଛନ୍ତି ବୋଲି କହିଛନ୍ତି ସ୍ୱରୂପ ଦାଶ ।

ସେହିଭଳି ଜଗତସିଂହପୁର ତିର୍ତୋଲରେ ଉପନିର୍ବାଚନ ପାଇଁ ଚାଲିଛି ମତଦାନ । ନିଜ ନିଜର ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେଉଛନ୍ତି ତିର୍ତୋଲ ବାସିନ୍ଦା । ବରିଷ୍ଠ କଂଗ୍ରେସ ନେତା ତଥା ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଂଜିବ ବିଶ୍ୱାଳ ଭୋଟ ଦେଇଛନ୍ତି । ଇଭିଏମରେ ସିଲ ହେଉଛି ପ୍ରାର୍ଥୀଙ୍କ ଭାଗ୍ୟ ।

ମତଦାନ କରିଛନ୍ତି ତିର୍ତୋଲ ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକ । ମତଦାନ ପରେ ବେଶ୍ ଆଶାବାଦୀ ଥିବା କହିଛନ୍ତି ହିମାଂଶୁ ମଲିକ୍ । ଏବେ କେବଳ ନିର୍ବାଚନ ପାଇଁ ନୁହଁ ଆଗାମୀ ୩୦ ବର୍ଷ ଯାଏଁ ତିର୍ତୋଲ ଜନତାଙ୍କ ସେବା କରିବା ପାଇଁ କହିଛନ୍ତି ହିମାଂଶୁ ।