କନକ ବ୍ୟୁରୋ: ଶାରଦା ନାୟକଙ୍କ ଉପରେ ବିଜେଡି ପୁଣି ଭରସା କରିଛି । ଏଥର ରାଉରକେଲା ଆସନ ପାଇଁ ଶାରଦା ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି । ରାଉରକାଲାରେ ବିଗତ ୫ ବର୍ଷରେ ବିଜେଡି ସଂଗଠନ ସୁଦୃଢ କରିଛି । ଶାରଦା ନାୟକଙ୍କୁ ମନ୍ତ୍ରୀ କରିବା ସହ ଅନେକ ଉନ୍ନୟନମୂଳକ କାଯ୍ୟ ବିଜେଡି ପକ୍ଷରୁ କରାଯାଇଛି । ଯାହା ମଧ୍ୟରେ ରହିଛି ବିଶ୍ୱସ୍ତରୀୟ ବିର୍ସାମୁଣ୍ଡା ଷ୍ଟାଡିୟମ । ହକି ବିଶ୍ୱକପ୍ ମଧ୍ୟ ରାଉରକେଲାରେ ଆୟୋଜନ ନିକଟ ଅତୀତରେ କରାଯାଇଛି ।

Advertisment

ତେବେ ରାଉରକେଲାରେ ରାଜନୀତିରେ ସବୁଠୁ ବଡ ଫ୍ୟାକ୍ଟର କୁହାଯାଏ ଦିଲ୍ଲୀପ ରାୟଙ୍କୁ । ଦିଲ୍ଲୀପ ରାୟ ଯେଉଁ ଆଡେ କଡ ନେଉଟାନ୍ତି ରାଉରକେଲା ରାଜନୀତି ସେପଟେ କଡ ନେଉଟାଏ । ୨୦୧୪ରେ ଦିଲ୍ଲୀପ ରାୟ ରାଉରକେଲାରୁ ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ରେ ଦିଲ୍ଲୀପ ରାୟ ନିର୍ବାଚନ ଲଢି ନଥିଲେ । କିନ୍ତୁ ଶାରଦା ନାୟକ ଦିଲ୍ଲୀପ ରାୟଙ୍କୁ ସମର୍ଥନ ମାଗିଥିଲେ । ଚର୍ଚ୍ଚା ଏପରି ହୁଏ ଶାରଦାଙ୍କ ବିଜୟ ପଛରେ ଦିଲ୍ଲୀପ ରାୟଙ୍କ ଅଦୃଶ୍ୟ ସମର୍ଥନ ରହିଥିଲା । ତେବେ ଏହା ମଧ୍ୟରେ ଦିଲ୍ଲୀପ ରାୟ ପ୍ରଧାନ ମନ୍ତ୍ରୀଙ୍କୁ ଭେଟିଛନ୍ତି । ତାଙ୍କର ବିଜେପିରୁ ରାଉରକେଲା ବିଧାନସଭା ଆସନ ପାଇଁ ପୁଣି ପ୍ରାର୍ଥୀ ହେବା ଚର୍ଚ୍ଚା ହେଉଛି । ଯଦି ଦିଲ୍ଲୀପ ରାୟ ବିଜେପିରୁ ପ୍ରାର୍ଥୀ ହୁଅନ୍ତି ରାଉରକେଲାରେ ଏକ ବଡ ଫାଇଟ ଦେଖିବାକୁ ମିଳିବା ।