କନକ ବ୍ୟୁରୋ: କୋରେଇରେ ବିଜେପି ପ୍ରାର୍ଥୀ ଆକାଶ ଦାସନାୟକଙ୍କ ବିଜୟ । ବିଜେଡି ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସଙ୍କୁ ହରାଇଲେ ଆକାଶ ଦାସନାୟକ । ୬ ହଜାର ୩୫୦ ଭୋଟରେ ସନ୍ଧ୍ୟାରାଣୀ ଦାସ ପରାଜିତ । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶଦାସଙ୍କ ମା ସନ୍ଧ୍ୟାରାଣୀ । ଏହି ଆସନରୁ ବିଜେଡି ୨୦୦୯ରୁ ଜିତି ଆସୁଥିଲା । ପୂର୍ବରୁ ଏହି ଆସନରୁ ପ୍ରଣବ ପ୍ରକାଶ ଦାସଙ୍କ ବାପା ଅଶୋକ କୁମାର ଦାସ ବିଧାୟକ ରହିଥିଲେ । ଏବେ ଏହି ଆସନ ବିଜେପି ହାତରେ ରହିଛି ।
କୋରେଇରେ ବିଜେପିର ବିଜୟ: ବିଜେଡିର ସନ୍ଧ୍ୟାରାଣୀଙ୍କୁ ହରାଇଲେ ବିଜେପି ପ୍ରାର୍ଥୀ ଆକାଶ ଦାସନାୟକ
/kanak/media/post_attachments/wp-content/uploads/2024/06/17-1.jpg)