ପୁଣି କାମାକ୍ଷାନଗର ସିଟ୍ ହାତେଇଲା ବିଜେଡି । ବିରୋଧୀଙ୍କୁ ପଛରେ ପକାଇ ୪ର୍ଥ ଥର ପାଇଁ ବିଜୟ ଶିରିପା ପିନ୍ଧିଲେ ପ୍ରଫୁଲ ମଲ୍ଲିକ

162

କନକ ବ୍ୟୁରୋ: କାମାକ୍ଷାନଗରରେ ପୁଣି ଚାଲିବ ବିଜେଡିର ରାଜୁତି । ଲଗାତର ୪ଥର ପାଇଁ ବିଧାୟକ ଗାଦି ହାତେଇଛନ୍ତି ବିଜୁ ଜନତା ଦଳର ପୁରୁଖା ତଥା ବରିଷ୍ଠ ନେତା ତଥା ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ।  ପାଖାପାଖି ୧୫ ହଜାରରୁ ଅଧିକ ଭୋଟରେ ନିକଟତମ ପ୍ରତିଦ୍ୱିନ୍ଦୀ  ବିଜେପି ପ୍ରାର୍ଥୀ ଶତ୍ରୁଘ୍ନ ଜେନାଙ୍କ ହରାଇ ବିଜୟ ଟୀକା ପିନ୍ଧିଛନ୍ତି ପ୍ରଫୁଲ ।

ତେବେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଅଖଣ୍ଡ ଶାସନ ଭାର ସମ୍ଭାଳଥିଲେ ପ୍ରଫୁଲ ।  ଏହି ଆସନରେ ବିଜେଡି ଦବଦବା ରହିଥିବା ବେଳେ ଚଳିତ ନିର୍ବାଚନରେ ମଧ୍ୟ ପୁଣି କାମାକ୍ଷାନଗରବାସୀଙ୍କ ହୃଦୟ ଜିତିବାରେ ସକ୍ଷମ  ହୋଇଛନ୍ତି ପ୍ରଫୁଲ ମଲ୍ଲିକ ।