ବିଜେଡିର ପ୍ରାର୍ଥୀ ତାଲିକା: ପୁରୁଣା ବେଶି, ନୂଆ କମ୍ ।

1,096

କନକ ବ୍ୟୁରୋ: ପ୍ରକାଶ ପାଇଛି ବିଜେଡିର ପ୍ରାର୍ଥୀ ତାଲିକା । ଦୁଇଟି ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବିଜେଡିର ୬ଜଣ ବିଧାୟକଙ୍କୁ ବାଦ୍ ଦେଇ ଅନ୍ୟମାନେ ଟିକେଟ୍ ପାଇଛନ୍ତି । କମ୍ ସ୍ଥାନରେ ନୂଆ ମୁହଁ ଦେଖିବାକୁ ମିଳିଛି । ୧୫ ଲୋକସଭା ଆସନରୁ ୪ଟିରେ ପ୍ରାର୍ଥୀ ଅପରିବର୍ତ୍ତିତ ଅଛନ୍ତି । ତେବେ ପ୍ରାର୍ଥୀତ୍ୱକୁ ନେଇ ବିବାଦରେ ଥିବା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନାହିଁ ।

ବିଧାନସଭା ଆସନରେ ପ୍ରାର୍ଥୀ ଚୟନ ବି ସମସ୍ତଙ୍କୁ କିଛି ମାତ୍ରାରେ ଆଶ୍ଚର୍ଯ୍ୟ କରିଛି । ବିଜେଡି ବହୁ ପ୍ରାର୍ଥୀଙ୍କ ଟିକେଟ୍ କାଟିଦେବେ ବୋଲି ଯାହା ଆକଳନ କରାଯାଉଥିଲା ସେପରି ହୋଇନାହିଁ । ବରିଷ୍ଠ ବିଧାୟକମାନେ ନିଜ ନିଜ ଟିକେଟ୍ ବଜାୟ ରଖିଛନ୍ତି । ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିକ୍ରମ କେଶରୀ ଆରୁଖ, ଜଗନ୍ନାଥ ସାରକା, ନିରଞ୍ଜନ ପୂଜାରୀ, , ରାତା ସାହୁ ପ୍ରମୁଖ ନିଜ ନିଜ ଆସନରେ ଟିକେଟ୍ ପାଇଥିବାବେଳେ ୪ ମନ୍ତ୍ରୀଙ୍କ ଆସନରେ ଟିକେଟ୍ ଘୋଷଣା ହୋଇନାହିଁ । ସେମାନେ ହେଲେ ଅଶୋକ ପଣ୍ଡା, ସାରଦା ନାୟକ, ବାସନ୍ତି ହେମ୍ବ୍ରମ୍ ଓ ତୁଷାରକାନ୍ତି ବେହେରା ।