ବାଲେଶ୍ୱରରେ ସରିଲା ପୋଷ୍ଟାଲ ବାଲାଟ ଗଣତି । ଆରମ୍ଭରୁ ବିଜେଡି ଆଗୁଆ, ବିଜେଡି ପ୍ରାର୍ଥୀ ସ୍ୱରୁପଙ୍କୁ ମିଳିଛି ୩୪୨୭ ଭୋଟ ।

184

କନକ ବ୍ୟୁରୋ : ବାଲେଶ୍ୱରରେ ପୋଷ୍ଟାଲ ବାଲାଟ ଗଣତି ଶେଷ ।ଖୋଲିଲା ଇଭିଏମ, ଆରମ୍ଭ ହେଲା ଗଣତି । ପ୍ରଥମ ପୋଷ୍ଟାଲ ଗଣତିରେ ବିଜେଡି ଆଗୁଆ । ବିଜେଡି ପ୍ରାର୍ଥୀ ସ୍ୱରୁପ ଦାସ ବିଜେପି ପ୍ରାର୍ଥୀ ମାନଓ ଦତ୍ତଙ୍କ ଠାରୁ ୬୧୫ ଭୋଟରେ ଆଗୁଆ ରହିଛନ୍ତି । ମୋଟ ୭୧୮୪ ପୋଷ୍ଟାଲ ଭୋଟ ଗଣତି ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ହାତେଇଛନ୍ତି ୩୪୨୭ଟି ଭୋଟ, ସେହିଭଳି ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ମିଳିଛି ୨୮୧୨ଟି ଭୋଟ । ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କୁ ମିଳିଛି ୯୫୫ ଭୋଟ ।

ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ ଥିବା ବେଳେ ଇଭିଏମ ଗଣତି ପରେ ସ୍ପଷ୍ଟ ହେବ କିଏ ହେବ ବାଲେଶ୍ୱରର ବାଜିଗର । ୨୦୧୯ରେ ବିଜେପି ହାତେଇଥିବା ଏହି ଆସନକୁ ହାତେଇବାକୁ ବିଜେଡି ଜି ଜାନ୍ ଲଗାଇ ଦେଇଥିଲା । ତେବେ ଭୋଟର କାହାକୁ ନିଜର ନେତା ବାଛିଛନ୍ତି ତାହା ଏବେଠୁ କହିବା ମୁସ୍କିଲ । କାରଣ ଇଭିଏମରେ ଅଧିକ ସଂଖ୍ୟକ ଭୋଟ ପଡିଥିବାରୁ ଆଉ କିଛି ଘଣ୍ଟା ମଧ୍ୟରେ ବାଲେଶ୍ୱର ବାଜି କିଏ ଜିତିବ ତାହା ସ୍ପଷ୍ଟ ହେବ ।