ଚର୍ଚ୍ଚାରେ ଚିତ୍ରକୋଣ୍ଡାର ବିଜେଡି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ବାକା : ଦୁର୍ଘଟଣାରେ ଗୁରୁତରଙ୍କ ପାଇଁ ଆମ୍ବୁଲାନ୍ସ ନଆସିବାରୁ ପ୍ରଚାର ଗାଡିରେ ନେଲେ ମେଡିକାଲ

ବିଜେଡି ପ୍ରାର୍ଥୀଙ୍କ ମଣିଷ ପଣିଆ

263

କନକ ବ୍ୟୁରୋ : ବିଜେଡି ପ୍ରାର୍ଥୀଙ୍କ ମଣିଷ ପଣିଆ । ଆମ୍ବୁଲାନ୍ସ ନଆସିବାରୁ ଦୁର୍ଘଟଣାରେ ଗୁରୁତର ଲୋକଙ୍କୁ ପ୍ରଚାର ଗାଡିରେ ନେଲେ ହସ୍ପିଟାଲ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ଠାରେ ।

ସୂଚନାଯୋଗ୍ୟ, ଗତକାଲି ନିର୍ବାଚନ ପ୍ରଚାର ପାଇଁ ବାହାରିଥିଲେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ବାକା । ସମର୍ଥକ ଓ ଦଳୀୟ କର୍ମୀଙ୍କ ସହ ମାଥିଲି ବ୍ଲକରେ ପ୍ରଚାର କରୁଥିଲେ । ରାସ୍ତାରେ ଯିବାବେଳେ ବାମନଗୁଡା ଗାଁ ନିକଟରେ ଏକ ବାଇକ ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇ ରାସ୍ତାକଡରେ ପଡି ରହିଥିଲେ । ଏହା ଦେଖିବା ପରେ ସେଠାରେ ଅଟକି ଯାଇଥିଲା ବିଜେଡି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ପ୍ରଚାର ପଟୁଆର । ଆଉ ସେଠାରୁ ପୂର୍ଣ୍ଣଚନ୍ଦ୍ର ଆମ୍ବୁଲାନ୍ସକୁ ଫୋନ କରିଥିଲେ, ହେଲେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୋଇଥିଲା । ଏହାପରେ ପ୍ରଚାର ପାଇଁ ଯିବା ବଦଳରେ ପ୍ରଚାର ଗାଡିରେ ୨ ଗୁରୁତରଙ୍କୁ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ।