ଚାଷୀ ନେତାଙ୍କ ଠାରୁ ଆଶୀର୍ବାଦ ନେଇ ନାମାଙ୍କନପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ବର୍ଷା ବରିହା, ଚାଷୀ ନେତା କହିଲେ… । 

159

କନକ ବ୍ୟୁରୋ : ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ବେଳେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ । ସମର୍ଥକଙ୍କ ସହ ନାମାଙ୍କନ ଦାଖଲ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବା ପୂର୍ବରୁ ଚାଷୀଙ୍କୁ ଭେଟିଛନ୍ତି ବର୍ଷା ସିଂ ବରିହା । ଚାଷୀ ନେତାଙ୍କୁ ମୁଣ୍ଡିଆ ମାରିବା ସହ ଆଶୀର୍ବାଦ ନେଇଛନ୍ତି । ଏହି ସମୟରେ ଚାଷୀ ନେତା ତାଙ୍କୁ ପରାମର୍ଶ ଦେଇ କହିଛନ୍ତି, ରାଜନୀତିରେ ଏକ ନୂଆ ସଂସ୍କୃତି ଆରମ୍ଭ କରନ୍ତୁ । ମଦ ମାଂସଠୁ ଦୁରେଇ ରହିବା ସହ ଆଦର୍ଶ ଆଚରଣ ବିଧି ମାନିବାକୁ କହିଛନ୍ତି ।

ଏସବୁ ଭିତରେ ଆଜି ପଦ୍ମପୁର ଉପ-ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ ଥିବା ବେଳେ ୩ ଦଳର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ନିଜ ସମର୍ଥକଙ୍କ ଗହଣରେ ଆସି ୩ ପ୍ରାର୍ଥୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ସେହିଭଳି ପଦ୍ମପୁର ଉପନିର୍ବାଚନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ ଜୟନ୍ତ ଥପା । ନିଜ ସମର୍ଥକଙ୍କ ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।