କନକ ବ୍ୟୁରୋ: କଟକ ସଦର ଆସନରୁ ବିଜେପି ପ୍ରାର୍ଥୀ ପ୍ରକାଶ ସେଠୀ ବିଜୟୀ । ୨ ହଜାର ୮୪୩ ଭୋଟରେ ବିଜୟୀ ହେଲେ ବିଜେପିର ପ୍ରକାଶ ସେଠୀ । ବିଜେଡି ପ୍ରାର୍ଥୀ ଚନ୍ଦ୍ର ସାରଥୀ ବେହେରା ପରାସ୍ତ । କଟକ ସଦର ଆସନ ସବୁବେଳେ ବିଜେଡିର ରହିଆସୁଥିଲା । ଏହି ଆସନରେ କାଳନ୍ଦୀ ବେହେରାଙ୍କ ପରେ ତାଙ୍କ ପୁଅ ଚନ୍ଦ୍ର ସାରଥୀ ବେହେରା ଜିତି ଆସୁଥିଲେ । ହେଲେ ୨୦୨୪ ନିର୍ବାଚନରେ ବାଜି ମାରିନେଲା ବିଜେପି । ଆଉ ଏହି ଆସନରେ ଏବେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ପ୍ରକାଶ ସେଠୀ ।
କଟକ ସଦର ଆସନରୁ ହାରିଲେ ବିଜେଡି ପ୍ରାର୍ଥୀ ଚନ୍ଦ୍ର ସାରଥୀ ବେହେରା: ୨ ହଜାର ୮୪୩ ଭୋଟରେ ଜିତିଲେ ବିଜେପି ପ୍ରାର୍ଥୀ ପ୍ରକାଶ ସେଠୀ
/kanak/media/post_attachments/wp-content/uploads/2024/06/8-6.jpg)