ନିୟମ ଭାଙ୍ଗି ନିର୍ବାଚନ ପ୍ରଚାର । ଶତାଧିକ କର୍ମୀ ଓ ସମର୍ଥକଙ୍କୁ ନେଇ ପ୍ରଚାର କଲେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ

Advertisment
ନିୟମ ଭାଙ୍ଗି ନିର୍ବାଚନ ପ୍ରଚାର । ଶତାଧିକ କର୍ମୀ ଓ ସମର୍ଥକଙ୍କୁ ନେଇ ପ୍ରଚାର କଲେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ

କନକ ବ୍ୟୁରୋ: ନିୟମ ଭାଙ୍ଗି ନିର୍ବାଚନ ପ୍ରଚାର । କୋଭିଡ ସଂକ୍ରମଣ ଯୋଗୁଁ ନିର୍ବାଚନ ବେଳେ ପ୍ରଚାର ପାଇଁ ରାଜ୍ୟ ନିର୍ବାଚନ କମିଶନ ୫ ଜଣଙ୍କୁ ନେଇ ନିର୍ବାଚନୀ ପ୍ରଚାର କରିବା ପାଇଁ ନିୟମ କରିଛନ୍ତି କିନ୍ତୁ କଟକ ବାଙ୍କୀ ଡମପଡାରେ ଏହି ନିୟମର ହୋଇଛି ଉଲ୍ଲଙ୍ଘନ । ଶତାଧିକ ଲୋକଙ୍କୁ ନେଇ ଗାଇଡଲାଇନକୁ ଖୋଲାଖୋଲି ଉଲ୍ଲଙ୍ଘନ କରି ପ୍ରଚାର ଚଳାଇଛନ୍ତି ବିଜେଡି ପ୍ରାର୍ଥୀ । ଡମପଡା ବ୍ଲକର ୩୮ନମ୍ବର ଜୋନର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଆଶିଷ କୁମାର ସାହୁ ଶତାଧିକ କର୍ମୀ ଓ ସମର୍ଥକଙ୍କୁ ଧରି ତାଳବସ୍ତ ପଞ୍ଚାୟତରେ ପ୍ରଚାର କରିଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe