ଜମୁଛି ପଦ୍ମପୁର ପ୍ରଚାର : କ୍ୟାମ୍ପେନ ବେଳେ ପୁଣି କାନ୍ଦିଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା

223

କନକ ବ୍ୟୁରୋ : ଜମୁଛି ପଦ୍ମପୁର ପ୍ରଚାର । ତିନି ପ୍ରମୁଖ ଦଳ ଜୋରଦାର ପ୍ରଚାର ଚଳାଇଥିବା ବେଳେ ଲୋକଙ୍କ ପାଖରେ ପହଞ୍ଚି ଭୋଟ ନିବେଦନ କରୁଛନ୍ତି ପ୍ରାର୍ଥୀ । ଶୁକ୍ରବାର ମଞ୍ଚ ଉପରେ ଭାଷଣ ଦେଉଥିବା ବେଳେ କାନ୍ଦି ଚର୍ଚ୍ଚାକୁ ଆସିଥିଲେ ବିଜେଡି ପ୍ରାର୍ଥୀ ବର୍ଷା ବରିହା ।

ଆଜି ପୁଣି ପ୍ରଚାର ବେଳେ ବର୍ଷା କାନ୍ଦୁଥିବାର ଭିଡିଓ ସାମ୍ନାକୁ ଆସିଛି । ପ୍ରଚାର ବେଳେ ବର୍ଷା କାନ୍ଦୁଥିବାର ନଜର ଆସିଛନ୍ତି । ଭୁବନେଶ୍ୱର ବିଜେବି କଲେଜରେ ପାଠ ପଢିଥିବା ବର୍ଷା ପ୍ରଚାରରେ କାନ୍ଦିବା ପଛରେ କଣ କାରଣ ରହିଛି ତାହା ଭିନ୍ନ କଥା, କିନ୍ତୁ ତାଙ୍କର ଏହି କାନ୍ଦ ଭାବପ୍ରବଣତା ସୃଷ୍ଟି କରୁଛି । ଲୋକମାନେ ତାଙ୍କ ଲୁହ ପୋଛି ଦେଉଥିବା ଦେଖିବାକୁ ମିଳିଛି ।