ମହିଳା ସଂରକ୍ଷଣ ପ୍ରସଙ୍ଗରେ ବିଜେଡି-ବିଜେପି ଟ୍ୱିଟର ୱାର । ପ୍ରଣବ ପ୍ରକାଶଙ୍କ ପ୍ରତିକ୍ରିୟା ନେଇ ପ୍ରଶ୍ନ ଉଠାଇଲେ ଲେଖାଶ୍ରୀ ଏବଂ ପ୍ରଦୀପ୍ତ ନାୟକ ।

Advertisment
ମହିଳା ସଂରକ୍ଷଣ ପ୍ରସଙ୍ଗରେ ବିଜେଡି-ବିଜେପି ଟ୍ୱିଟର ୱାର । ପ୍ରଣବ ପ୍ରକାଶଙ୍କ ପ୍ରତିକ୍ରିୟା ନେଇ ପ୍ରଶ୍ନ ଉଠାଇଲେ ଲେଖାଶ୍ରୀ ଏବଂ ପ୍ରଦୀପ୍ତ ନାୟକ ।

କନକ ବ୍ୟୁରୋ : ହୁଏତ ଦୀର୍ଘ ଦିନର ବ୍ୟବଧାନ ପରେ କୌଣସି ପ୍ରସଙ୍ଗରେ ସିଧାସଳଖ ମୁହାଁମୁହିଁ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେଡି ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋ ରଖିଥିବା ବୟାନର ତୁରନ୍ତ ପ୍ରତିକ୍ରିୟା ଆସିଥିଲା, ଯେତେବେଳେ ବିଜେପିର ପୋଷ୍ଟର ବୟ ଢ଼େଙ୍କାନାଳରେ ଚାଷୀ ସମାବେଶ କରୁଥିଲେ । ପ୍ରସଙ୍ଗ ଥିଲା- ମହିଳା ସଂରକ୍ଷଣ ।

ସଂସଦ ଓ ବିଧାନସଭାରେ ୩୩% ପ୍ରତିଶତ ମହିଳା ସଂରକ୍ଷଣ ପ୍ରସଙ୍ଗକୁ ନେଇ ଦୁଇ ତୁଙ୍ଗ ନେତାଙ୍କ ବୟାନବାଜୀ କିନ୍ତୁ ଏତିକିରେ ସୀମିତ ରହି ନାହିଁ । ନିଜ ନିଜ ନେତାଙ୍କ କଥାକୁ ପ୍ରମାଣିତ କରିବା ପାଇଁ ଆରମ୍ଭ ହୋଇଯାଇଛି ବିଜେଡି-ବିଜେପି ଟ୍ୱିଟର ୱାର । ଜାତୀୟ ଦଳଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ଆଟାକ୍, ପରେ ପରେ କେନ୍ଦ୍ରମନ୍ତ୍ରୀଙ୍କ କାଉଂଟର ଆଟାକ୍ ଭିତରେ ସାମ୍ନାକୁ ଆସିଲା, ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଟ୍ୱିଟ୍ । ଯେଉଁଥିରେ ସେ ଲେଖିଥିଲେ-

ଆମ ମୁଖ୍ୟମନ୍ତ୍ରୀ ଚାହାଁନ୍ତି ଆମର ମା’ ଓ ଭଉଣୀମାନେ ସଂସଦ ଓ ବିଧାନସଭାରେ ବସି ଦେଶର ଭାଗ୍ୟ ନିର୍ଦ୍ଧାରଣ କରନ୍ତୁ । ଆପଣ କ’ଣ ଚାହାଁନ୍ତି ମହିଳାମାନେ ଘରର ଚାରିକାନ୍ଥ ଭିତରେ ରହି କେବଳ ରୋଷଇ କରନ୍ତୁ?

ଆଉ ପ୍ରବଣ ପ୍ରକାଶ ଦାସଙ୍କ ଏହି ଟ୍ୱିଟ୍ର ଜବାବ୍ ଦେବାକୁ ଯାଇ ମୈଦାନକୁ ଓହ୍ଲାଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସିରିଜ୍ ଟ୍ୱିଇଟ୍ କରି ଲେଖିଛନ୍ତି-

ମୋଦି ଯାହା କରଛନ୍ତି ମହିଳାଙ୍କୁ ରୋଷେଇ ଘରେ ସୀମିତ ନା ସେମାନଙ୍କ ସ୍ୱାସ୍ଥ୍ୟ, ରୋଜଗାର ଏବଂ ସମ୍ମାନ ପାଇଁ ବଡ଼ କାମ କରିଛନ୍ତି ଟିକେ ଭାବନ୍ତୁ ।

ଆହୁରୀ ଲେଖିଛନ୍ତି, କାଠ, ଘସି ଚୁଲିରେ ରୋଷଇ କରି ରୋଗାକ୍ରାନ୍ତ ହେବା, ସକାଳ ଆଗରୁ ଏବଂ ସଞ୍ଜ ନଇଁବା ପରେ ନିତ୍ୟକର୍ମ ପାଇଁ ବାହାରକୁ ଯିବାରୁ ସୁରକ୍ଷା ଦେବା ମହିଳାଙ୍କ ସମ୍ମାନ ପାଇଁ ଜରୁରୀ ନୁହେଁ କି?

ଆଉ ଏହାରି ଭିତରେ ପ୍ରସଙ୍ଗକୁ ନେଇ ଏବେ ବୟାନବାଜି ତୀବ୍ର ହେବାରେ ଲାଗିଛି । ବଡ଼ କଥା ହେଉଛି-ମହିଳା ସଂରକ୍ଷଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଜାତୀୟ ଦଳ ଗୁଡ଼ିକୁ ଟାର୍ଗେଟ୍ କରିଥିଲେ । ଆଉ ଏହାକୁ ନେଇ ପ୍ରତିକ୍ରିୟା ରଖିଥିଲେ କେନ୍ଦ୍ରମନ୍ତ୍ରୀ । ହେଲେ ଯେତେବେଳେ ବିଜେଡି ନେତାମାନେ ତାଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି, ସେତେବେଳେ ଧର୍ମେନ୍ଦ୍ରଙ୍କ ବୟାନକୁ ସୁରକ୍ଷା ଦେବା ପାଇଁ ଆଗଇ ଆସିଛନ୍ତି ରାଜ୍ୟ ବିଜେପିର ତୁଙ୍ଗ ନେତା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe