ମେଣ୍ଟ ହେଲେ କେମିତି ହେବ ଆସନ ବୁଝାମଣା । ଲୋକସଭାରେ ବିଜେପିକୁ ୧୪, ବିଜେଡିକୁ ୭ ଆସନ ମିଳିବା ସମ୍ଭାବନା, ବିଧାନସଭାରେ କାହାକୁ କେତେ ?

3,130

କନକ ବ୍ୟୁରୋ : ବିଜେଡି ଓ ବିଜେପି ମଧ୍ୟରେ ମେଂଟ ହେଲେ କିପରି ହେବ ଆସନ ବୁଝାମଣା । ମେଂଟ ଘୋଷଣା ହେବା ପରେ କିଏ କେତେ ଆସନରେ ଲଢିବେ ତା’ର ସ୍ପଷ୍ଟ ସୂଚନା ମଧ୍ୟ ମିଳିବ । ସୂଚନା ଅନୁସାରେ ଲୋକସଭାରେ ବିଜେଡି ୭ଟି ଆସନରେ ଲଢି ୧୪ଟି ଲୋକସଭା ଆସନ ବିଜେପିକୁ ଛାଡିପାରେ । ସେହିପରି ବିଧାନସଭାରେ ବିଜେଡି ଅତିକମରେ ୧୦୨ ଆସନ ନିଜ ପାଖରେ ରଖିପାରେ । ଆଉ ୪୫ଟି ଆସନ ବିଜେପିକୁ ଦେଇପାରେ । ଗତ ନିର୍ବାଚନରେ ବିଜେଡି ୧୧୨ ବିଧାନସଭା ଆସନରେ ବିଜୟୀ ହୋଇଥିଲା । ଏହା ସହ ୧୨ଟି ଲୋକସଭା କ୍ଷେତ୍ର ଦଖଲ କରିଥିଲା ଦଳ ।