ବିଜେପି ଓ ବିଜେଡିରେ ଏକାଧିକ ଆଶାୟୀଙ୍କୁ ନେଇ ବଢିଲା ଅଡୁଆ: ଟିକେଟ ନପାଇବା ପରେ ସ୍ୱାଧିନ ଭାବେ ନାମାଙ୍କନ ଦାଖଲ କଲେ ଅସନ୍ତୁଷ୍ଟ ପ୍ରାର୍ଥୀ

117

କନକ ବ୍ୟୁରୋ: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ସରଗରମ ରାଜନୀତି । ବିଜେପି ଓ ବିଜେଡିରେ ଏକାଧିକ ଆଶାୟୀଙ୍କୁ ନେଇ ଦଳର ଅଡୁଆ ବଢିବାରେ ଲାଗିଛି । ଦଳୀୟ ଟିକେଟ ପାଇନଥିବା ଅସନ୍ତୁଷ୍ଟ ପ୍ରାର୍ଥୀ ସ୍ୱାଧିନ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏବେ ତାଙ୍କୁ ମନାଇବା ପାଇଁ ପ୍ରୟାସ ଚଳାଇଛନ୍ତି ନେତା । ଯଦି ସେମାନେ ସ୍ୱାଧିନ ଭାବରେ ନିର୍ବାଚନ ଲଢନ୍ତି ତେବେ ଏହା ଦଳ ମାନଙ୍କ ପାଇଁ କାଳ ହୋଇପାରେ ।

ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଗାଁରେ ଏବେ ରାଜନୀତି ଜୋର ଧରିଛି । ନାମାଙ୍କନ ଦାଖଲ ହେବା ପରେ ଏହି ରାଜନୀତି ଏବେ ଆହୁରି ତିବ୍ର ହୋଇଛି । କାରଣ ଅସନ୍ତୁଷ୍ଟ ପ୍ରାର୍ଥୀ ଏବେ ବିଜେଡି ଓ ବିଜେପି ପାଇଁ କାଳ ହୋଇଛନ୍ତି । ଦଳ ପକ୍ଷରୁ ଟିକେଟ ନମିଳିବାକୁ ସେମାନେ ସ୍ୱାଧୀନ ଭାବରେ ଛିଡା ହେବାକୁ ଅଡି ବସିଛନ୍ତି ଯାହାକି ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।