କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ପରେ ଝାରସୁଗଡ଼ା ନିର୍ବାଚନ ମଣ୍ଡଳୀରେ ଉପ-ନିର୍ବାଚନ ଚର୍ଚ୍ଚା ହେଉଛି । ଆଉ ଏହି ଚର୍ଚ୍ଚା-ଆଲୋଚନା ଭିତରେ, ନିଜ ନିଜ କସରତ ଆରମ୍ଭ କରିଦେଲେଣି ଉଭୟ ବିଜେଡି ଓ ବିଜେପି । ଗୋଟିଏ ପଟେ ବାପାଙ୍କ ଲୋକପ୍ରିୟତାକୁ ପାଥେୟ କରି ଜନତାଙ୍କ ମଧ୍ୟରେ ପହଞ୍ଚୁଛନ୍ତି ନବ ଦାସଙ୍କ ଝିଅ ଦୀପାଳି ଦାସ ଏବଂ ପୁଅ ବିଶାଳ ଦାସ । ଆଉ ଗୋଟିଏ ପଟେ ରାଜ୍ୟ ସରକାରଙ୍କ ଅବହେଳା ଅଭିଯୋଗ ଆଣି ବଡ଼ ବଡ଼ ରାଲି ଓ ସଭା କରୁଛନ୍ତି ବିଜେପି ନେତା ଟଙ୍କଧର ତ୍ରିପାଠୀ । ତେବେ ତାରିଖ ଘୋଷଣା ହେବା ପୂର୍ବରୁ ଏବେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଦେଖାଗଲାଣି ନିର୍ବାଚନୀ ମାହୋଲ ।
- ତାରିଖ ଘୋଷଣା ପୂର୍ବରୁ ସଜବାଜ
- ଉପ-ନିର୍ବାଚନ ପାଇଁ ଜମୁଛି କସରତ
ନବ ଦାସଙ୍କ ଝିଅ ଦୀପାଳି ଦାସ, ଲଇକେରା ବ୍ଲକର ଭିମଜୋର, ସୁଲେହି ଓ ସାରଙ୍ଗଲୋଇଠାରେ ଜନସମାବେଶରେ ଯୋଗଦେବା ସହ ‘ଲକ୍ଷଘର’ ସମାଜର ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ସଭାରେ ଦୀପାଳିଙ୍କ ସାଥୀରେ ଥିଲେ ତାଙ୍କ ଭାଇ ବିଶାଳ ଦାସ । ବାପା ଗଲାପରେ ସେ ଏବଂ ତାଙ୍କ ଭଉଣୀ ସବୁବେଳେ ଲୋକଙ୍କ ସହ ଅଛନ୍ତି ବୋଲି କହିଛନ୍ତି ନବ ଦାସଙ୍କ ପୁଅ ।
ଏପଟେ ସେଇ ଲଇକେରା ବ୍ଲକ୍ ଅଫିସ୍ ଆଗରେ ବିକ୍ଷୋଭ କରିଛନ୍ତି ବିଜେପି ନେତା ଟଙ୍କଧର ତ୍ରିପାଠୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ଜମିପଟ୍ଟା, ରାସନ କାର୍ଡ ଏବଂ ଭତ୍ତା ଆଦି ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ଦେବା ପାଇଁ ଦାବି କରିଛି ବିଜେପି । ତେବେ ଯଦିଓ କେହି କହୁନାହାଁନ୍ତି ଏହି ପ୍ରସ୍ତୁତି ସମ୍ଭାବିତ ଉପ-ନିର୍ବାଚନ ପାଇଁ ଚାଲିଛି । ତଥାପି ବି ସ୍ପଷ୍ଟ ଜଣାପଡ଼ୁଛି ଏହି ଜନସଭା ଓ ପ୍ରତିବାଦ ରାଲି ପଛରେ ଉଦ୍ଦେଶ୍ୟ କ’ଣ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/03/gfhhjty.jpg)