କନକ ବ୍ୟୁରୋ : ପଞ୍ଚାୟତ ଫଇସଲାରେ ୧୧.୫୦ ସୁଦ୍ଧା ପ୍ରାରମ୍ଭିକ ଟ୍ରେଣ୍ଡରେ ଅନୁଗୁଳରେ କଡା ଟକ୍କର ଦେଖିବାକୁ ମିଳିଛି । ସମାନ ସ୍ଥିତିରେ ବିଜେଡି ଓ ବିଜେପି ରହିଛନ୍ତି । ୪ଲେଖାଏଁ ଜୋନରେ ଉଭୟ ଦଳ ଆଗରେ ରହିଛନ୍ତି । ଅନୁଗୁଳ, ଆଠମଲ୍ଲିକ, କଣିହାଁ ଓ ତାଳଚେରରେ ବିଜେଡି ଆଗୁଆ ରହିଛି । ଛେଣ୍ଡିପଦା, ବଅଁରପାଳ, କିଶୋରନଗର ଓ ପାଲଲହଡାରେ ବିଜେପି ଆଗରେ ରହିଛି ।
ପଞ୍ଚାୟତ ଫଇସଲା : ଆସୁଛି ପ୍ରାରମ୍ଭିକ ଟ୍ରେଣ୍ଡ । ଅନୁଗୁଳରେ ବିଜେଡି-ବିଜେପି କଡା ଟକ୍କର । ନଜର ପକାନ୍ତୁ କେଉଁ ଦଳ କେତୋଟି ଜୋନରେ ଆଗରେ?#ElectionsWithKanakNews #PanchayatResults #PanchayatCounting#Odisha #KanakNews pic.twitter.com/bAIsh5ApqR
— Kanak News (@kanak_news) February 26, 2022
ତେବେ ଦୀର୍ଘବର୍ଷ ହେଲା ଅନୁଗୁଳ ବିଜେଡିର ଗଡ ହୋଇ ରହିଛି । ୨୦୦୭ରେ ଜିଲ୍ଲା ପରିଷଦ କଂଗ୍ରେସ ହାତକୁ ଯାଇଥିଲା । ୨୦୧୨ରେ ବିଜେଡି ପୁରୁଣା ସଫଳତା ଦୋହରାଇଥିଲା । ୨୮ଟି ଜିଲ୍ଲା ପରିଷଦ ଜୋନରୁ ୨୧ଟି ବିଜେଡି ଜିତିଥିଲା । ୨୦୧୭ରେ ୧୨ଟି ଜିତି ବିଜେଡିକୁ ଟକ୍କର ଦେଲା ବିଜେପି ।
ସେପଟେ ପ୍ରାରମ୍ଭିକ ଟ୍ରେଣ୍ଡରେ ୨୪୦ ଜୋନରେ ବିଜେଡି ଆଗରେ ରହିଛି । ୩୫ଟି ଜୋନରେ ବିଜେପି ଆଗରେ ରହିଛି । ସେହିପରି ୧୪ଜୋନରେ କଂଗ୍ରେସ ଆଗରେ ରହିଛି । ଗୋଟିଏରେ ସ୍ୱାଧୀନ ଓ ଅନ୍ୟାନ୍ୟ ୫ଟି ପ୍ରାର୍ଥୀ ଆଗରେ ରହିଛନ୍ତି । ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।