କନକ ବ୍ୟୁରୋ: ଅର୍ପଣ ଚାଉଳକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି। ୧୦ହଜାର କ୍ବିଣ୍ଟାଲ ଅର୍ପଣ ଚାଉଳ ନଷ୍ଟ ହେବା ପରେ ଏହାର କିପରି ସଦୁପଯୋଗ ହେବ, ସେ ପଦକ୍ଷେପ ନିଆଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି। ଖୁବଶୀଘ୍ର ଏହାକୁ ନେଇ ପରିଚାଳନା କମିଟି ବସିବ ଏବଂ କମିଟିର ପରାମର୍ଶ କ୍ରମେ ସରକାର ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରିବେ ।
ମନ୍ତ୍ରୀ ଆହୁରି କହିଛନ୍ତି, ଅର୍ପଣ ଚାଉଳ ଭଗବାନଙ୍କ ପାଖରେ ଅର୍ପଣ ହେବାର ଯୋଗ୍ୟ ନୁହେଁ। ପୂର୍ବ ସରକାରରେ ଆମେ ବିରୋଧୀ ଦଳରେ ଥିବା ବେଳେ ବାରମ୍ବାର ଏକଥା କହିଥିଲୁ। ହେଲେ ପୂର୍ବ ସରକାର ଏହା ଶୁଣିବାକୁ ନାରାଜ ଥିଲେ। ଏପରିକି ଚାଉଳକୁ ଅର୍ପଣ ଯୋଗ୍ୟ ନୁହେଁ ବୋଲି ସେବାୟତମାନେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ହେଲେ ଏବେ ସେହି ଚାଉଳର କିପରି ସଦୁପଯୋଗ ହେବ, ତା’ ଉପରେ ପରିଚାଳନା କମିଟି ନିଷ୍ପତ୍ତି ନେବ ବୋଲି ମନ୍ତ୍ରୀ କହିଛନ୍ତି।
ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି। ଚାଉଳ ଯଦି ଠାକୁରଙ୍କ କାମରେ ନ ଲାଗୁଛି, ତାହେଲେ ତାକୁ ବ୍ୟବହାର କରିବା ଅନୁଚିତ ହେବ। ଆଉ ସେହି ଚାଉଳକୁ ବିକ୍ରି କରି ସେଥିରୁ ମିଳିବାକୁ ଥିବା ଟଙ୍କାକୁ ମନ୍ଦିର ପାଣ୍ଠିକୁ ଦିଆଯାଉ ବୋଲି ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/36-1.jpg)